fbpx

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା, କଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ହୋଇଛି । ଏ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ବାଚନିକ ଭୋଟରେ ଯୋଜନା ଗୃହୀତ ନେଇ ବିଧାନସଭାରେ ବାଚସ୍ପତି ଘୋଷଣା କରିଛନ୍ତି ।

ବିଧାନସଭାକୁ ଭିଡିଓ କନଫରେନ୍ସିଂ ଜରିଆରେ ବିବୃତ୍ତି ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ହେଉଛି ଓଡ଼ିଆ ଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଆମେମାନେ ସଂକଳ୍ପ ନେବା ଓ ଶୀଘ୍ର କାମ ସାରିବାକୁ ନିଷ୍ଠାର ସହ ଉଦ୍ୟମ କରିବା । ପ୍ରତି ଓଡ଼ିଆ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ମିଳିଛି । ଏହି ଯୋଜନା ହେଉଛି ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କର । ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ ହେଉଛନ୍ତି ମହାପ୍ରଭୁ । ଶାନ୍ତ, ସୁନ୍ଦର ପରିବେଶରେ ମହାପ୍ରଭୁଙ୍କ ଦର୍ଶନ କରିବା ସମସ୍ତଙ୍କର ଇଚ୍ଛା । ଏହି ଅବସରରେ ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀ, ସେବାୟତ, ଗଜପତି ମହାରାଜ, ରଘୁନାଥ ମହାପାତ୍ର, ସୁବାଷ ପାଣି ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.