fbpx

SSC CGL 2022 : ଚୟନ ପ୍ରକ୍ରିୟା ରେ ବଡ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ(SSC) ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା(CGL)୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହିତ SSC CGL ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ପାଇଁ ୧୭ ସେପ୍ଟେମ୍ବରରୁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ତେବେ ଏସ୍‌ଏସ୍‌ସି ଅଫିସିଆଲ୍ ୱେବସାଇଟ ssc.nic.in ରେ ଯାଇ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଏହି ଆବେଦନ ପ୍ରକ୍ରୀୟା ଅକ୍ଟୋବର ୮ ତିରଖ ପର୍ଯ୍ୟନ୍ତ ଚାଲିବ । ଏହି ଦିନ ରାତି ୧୧ ଟା ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ।

ଏସ୍‌ଏସ୍‌ସି ସିଜିଏଲ୍ ୨୦୨୨ରେ ବାହାରିଥିବା ନିଯୁକ୍ତ ପ୍ରାର୍ଥୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଳାୟ ତଥା ବିଭାଗରେ ଗ୍ରୁପ୍‌-ବି ଏବଂ ସିରେ ଅବସ୍ଥାପିତ ହେବେ। ପ୍ରାୟ ୨୦ ହଜାର ପଦବୀରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଅଲଗା ଅଲଗା ବିଭାଗରେ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଅଫିସର, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, ଜୁନିଅର ଆକାଉଣ୍ଟାଣ୍ଟ ଅଧିକାରୀ, ଅଡିଟର, ଆକାଉଣ୍ଟାଣ୍ଟ, ଅପର୍ ଡିଭିଜନ୍ କ୍ଲର୍କଙ୍କ ସମେତ ଅନେକ ପଦବୀ ଅଛି। ଯାହାକି ସରକାରୀ ୱେବସାଇଟରେ ଖୁବ ଶୀଘ୍ର ପଦବୀ ପ୍ରକାଶ ପାଇବ।

ତେବେ କର୍ମଚାରୀ ଚୟନ ଆୟୋଗ ଏଥର SSC CGL ନିଯୁକ୍ତି ପ୍ରକ୍ରିୟାରେ ୭ ଟି ବଡ଼ ପରିବର୍ତ୍ତନ କରିଛନ୍ତି । ତେଣୁ SSC CGL ରେ ଆବେଦନ ପୁର୍ବରୁ ଏହି ପରିବର୍ତ୍ତନ ବିଷୟରେ ଜାଣି ରଖନ୍ତୁ ।

୧. ୨-ଟାୟାର୍ ରେ ନିଯୁକ୍ତି ପ୍ରକ୍ରୀୟା: ବର୍ତ୍ତମାନ SSC CGL ନିଯୁକ୍ତି ପ୍ରକ୍ରିୟାରେ ବଡ ପରିବର୍ତ୍ତନ ଆଣିଛନ୍ତି । ତେବେ ପୂର୍ବରୁ SSC CGL ପରିକ୍ଷା ୪ ଟାୟାର୍ ରେ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ୨-ଟାୟାର୍ କରି ଦିଆଯାଇଛି ।

୨. ୨-ଟାୟାର୍ ପରିକ୍ଷା ମାର୍କକୁ ନେଇ ମେରିଟ୍ ଲିଷ୍ଟ: SSC CGL ନିଯୁକ୍ତି ୨୦୨୨ ରେ, କେବଳ ୨-ଟାୟାର୍ ପରୀକ୍ଷା ମାର୍କକୁ ନେଇ ପ୍ରାର୍ଥୀଙ୍କ ଯୋଗ୍ୟତା ତାଲିକା ଅର୍ଥାତ୍ (ମେରିଟ୍ ଲିଷ୍ଟ) ପ୍ରସ୍ତୁତ କରାଯିବ । ତେବେ ପୂର୍ବରୁ ଏହି ଚୟନ ପ୍ରକ୍ରିୟା ୪ ଟାୟାର୍ ରେ ହେଉଥିବା ବେଳେ ତିନୋଟି ଟାୟାର୍ ମାର୍କ କୁ ନେଇ ମେରିଟ୍ ଲିଷ୍ଟ କରାଯାଉଥିଲା । ଯହାକୁ ଚଳିତ ଥର ପରିବର୍ତ୍ତନ କରାଯାଇଛି ।

୩. ୨ ଟାୟାର୍ ରେ ଆସିବ ଏହି ପ୍ରଶ୍ନ: SSC CGL ର ୨ ଟାୟାର୍ ପରୀକ୍ଷା ଢାଞ୍ଚାକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଯାଇଛି । ୨ ଟାୟାର୍ ପରୀକ୍ଷାରେ ଇଂରାଜୀ ଜି.କେ, ରିଜୋନିଙ୍ଗ କମ୍ପ୍ୟୁଟର ଏବଂ ଗଣିତ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ।

୪. ହ୍ରାସ ହୋଇଛିଗଣିତ ଏବଂ ଇଂରାଜୀ ପ୍ରଶ୍ନ: ଇଂରାଜୀ ଏବଂ ଗଣିତର ପ୍ରଶ୍ନଗୁଡ଼ିକ SSC CGL Tier-2 ପରୀକ୍ଷାରେ ଯଥେଷ୍ଟ ହ୍ରାସ ପାଇଛି । ପୂର୍ବରୁ ଇଂରାଜୀରୁ ୨୦୦ ମାର୍କର ୧୦୦ ଟି ପ୍ରଶ୍ନ ଏବଂ ଗଣିତରୁ ୨୦୦ ମାର୍କର ୧୦୦ ଟି ପ୍ରଶ୍ନ ପଚରାଯାଉଥିବା ବେଳେ ବର୍ତ୍ତମାନ ଗଣିତରୁ ୩୦ ଟି ପ୍ରଶ୍ନ ଏବଂ ଇଂରାଜୀରୁ ୪୫ ଟି ପ୍ରଶ୍ନ ଆସିବ ।

୫. ପରିବର୍ତ୍ତିତ ମାର୍କିଂ ପାଟର୍ନ: SSC CGL Tier-2 ର ମାର୍କିଂ ପ୍ୟାଟର୍ ମଧ୍ୟ ପରିବର୍ତ୍ତନ କରାଯାଇଛି ।ବର୍ତ୍ତମାନ ଟାୟର-୨ ପରୀକ୍ଷାରେ ପଚରାଯିବାକୁ ଥିବା ଗଣିତ, ରିଜୋନିଙ୍ଗ, ଇଂରାଜୀ, ଜେନେରାଲ ଆୱାରନେସ ଏବଂ କମ୍ପ୍ୟୁଟର ଜ୍ଞାନର ପ୍ରତ୍ୟେକ ପ୍ରଶ୍ନ ତିନି ଅଙ୍କ ହେବ ।

୬. କୌଣସି ଡିସ୍କ୍ରିପସ୍ ପେପର ରହିବ ନାହିଁ: SSC ଡିସ୍କ୍ରିପସ୍ ପେପର ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିଦେଇଛି । ଏଥିସହିତ ଦୁଇଟି ପର୍ଯ୍ୟାୟରେ SSC CGL ନିଯୁକ୍ତି ପ୍ରକ୍ରିୟା କରିବାକୁ ଆୟୋଗ ନିଷ୍ପତ୍ତି ନେଇଛି । ଅନ୍ୟ ପର୍ଯ୍ୟାୟ ପରୀକ୍ଷା ଟାୟାର୍ -୨ ରେ ଯୋଡି ଦିଆଯାଇଛି ।

୭. SSC CHSL ର ଏହି ପୋଷ୍ଟଗୁଡିକ CGL ରେ ଅନ୍ତର୍ଭୁକ୍ତ : କର୍ମଚାରୀ ଚୟନ ଆୟୋଗ CHSLର କିଛି ପଦବୀକୁ CGL ରେ ଯୋଡିଦିଆଯାଇଛି । ତେବେ ଏହି ପଦବୀଗୁଡିକ ହେଉଛି- ଡାକ ସହାୟକ ଏବଂ ସର୍ଟିଂ ସହାୟକ । ଏହି ପୋଷ୍ଟଗୁଡିକରେ CHSL ମାଧ୍ୟମରେ ନିଯୁକ୍ତି କରାଯାଉଥିଲା । ଯାହାକି ବର୍ତ୍ତମାନ CGL ମାଧ୍ୟମରେ କରାଯିବ ।

Get real time updates directly on you device, subscribe now.