fbpx

SSC MTS ଓ ହାବିଲଦାର ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି: ଏପରି କରନ୍ତୁ ଡାଉନଲୋଡ୍, ଜାଣନ୍ତୁ କେବେ ପରୀକ୍ଷା

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ ଏସଏସସି ଏମଟିଏସ ପରୀକ୍ଷା ୨୦୨୪ ପାଇଁ ଆଡମିଟ୍ କାର୍ଡ ଜାରି କରିଛି । ଯେଉଁ ପ୍ରାର୍ଥୀମାନେ ମଲ୍ଟି ଟାସ୍କିଂ (ଅଣ-ଯାନ୍ତ୍ରିକ) କର୍ମଚାରୀ ଏବଂ ହାବିଲଦାର (ସିବିଆଇସି ଏବଂ ସିବିଏନ୍) ପରୀକ୍ଷା ପାଇଁ ଆବେଦନ କରିଛନ୍ତି, ସେମାନେ ଏସଏସସିର ଅଫିସିଆଲ୍ ଆଞ୍ଚଳିକ ୱେବସାଇଟ୍ sscnwr.org କୁ ଯାଇ ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ । ମୋଟ ୯,୫୮୩ ପଦବୀରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା କରାଯିବ ।

ମୋଟ ପୋଷ୍ଟଗୁଡିକ ମଧ୍ୟରୁ ୬୧୪୪ ମଲ୍ଟି ଟାସ୍କିଂ କର୍ମଚାରୀଙ୍କ ପାଇଁ ଏବଂ ୩,୪୩୯ ହାବିଲଦାର୍ ପୋଷ୍ଟଗୁଡିକ ପାଇଁ ରହିଛି । ହଲ୍ ଟିକେଟ୍ ସହିତ ପ୍ରାର୍ଥୀଙ୍କୁ ଆଧାର କାର୍ଡ, ଭୋଟର ଆଇଡି, ପାନ୍ କାର୍ଡ, ପାସପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ଏକ ବୈଧ ଫଟୋ ପରିଚୟ ପତ୍ର ମଧ୍ୟ ପରୀକ୍ଷା କେନ୍ଦ୍ରକୁ ନେବାକୁ ପଡିବ । ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କରାଯିବ ।

ଏପରି ଆଡମିଟ୍ କାର୍ଡ ଡାଉନଲୋଡ୍ କରନ୍ତୁ :-

ଏସଏସସିର ଆଞ୍ଚଳିକ ୱେବସାଇଟ୍ sscnwr.org କୁ ଯାଆନ୍ତୁ ।
ଏଠାରେ ଏସଏସସି ଏମଟିଏସ ଆଡମିଟ୍ କାର୍ଡର ଲିଙ୍କରେ କ୍ଲିକ୍ କରନ୍ତୁ ।
ବର୍ତ୍ତମାନ ପଞ୍ଜୀକରଣ ନମ୍ବର ଏବଂ ଜନ୍ମ ତାରିଖ ଏଣ୍ଟର କରନ୍ତୁ ଏବଂ ସବମିଟ୍ କରନ୍ତୁ ।
ହଲ୍ ଟିକେଟ୍ ଆପଣଙ୍କ ସ୍କିନରେ ଦେଖାଯିବ ।
ଏବେ ଚେକ୍ କରିବା ପରେ ଏକ ପ୍ରିଣ୍ଟ୍ ଆଉଟ୍ ନିଅନ୍ତୁ ।

ପରୀକ୍ଷା କେବେ ହେବ?

୩୦ ସେପ୍ଟେମ୍ବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଏସଏସସି ଏମଟିଏସ ଏବଂ ହାବିଲଦାର ନିଯୁକ୍ତି ପରୀକ୍ଷା କରାଯିବ । ଏହି ପରୀକ୍ଷା ସିବିଟି ମୋଡରେ କରାଯିବ । ଲିଖିତ ପରୀକ୍ଷାରେ ସଫଳ ପ୍ରାର୍ଥୀମାନେ ପିଇଟି/ପିଏସଟି ପରୀକ୍ଷାରେ ହାଜର ହେବେ, ଯାହାର କାର୍ଯ୍ୟସୂଚୀ ପରେ ଆୟୋଗ ଦ୍ୱାରା ପ୍ରକାଶ ପାଇବ । ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଏସଏସସିର ଅଫିସିଆଲ୍ ୱେବସାଇଟ୍ ଯାଇ ଦେଖିପାରିବେ ।

ଗୋଟିଏ ଦିନରେ ଦୁଇଟି ସେସନରେ ପରୀକ୍ଷା କରାଯିବ ଏବଂ ପରୀକ୍ଷା ସମୟ ୪୫ ମିନିଟ୍ ହେବ । ପରୀକ୍ଷାରେ ଅବଜେକ୍ଟିଭ୍ ଟାଇପ୍ ଏକାଧିକ ପସନ୍ଦ ପ୍ରଶ୍ନ ରହିବ । ସେସନ ୧ ପରୀକ୍ଷାରେ କୌଣସି ମାଇନସ୍ ମାର୍କିଂ ନାହିଁ । କିନ୍ତୁ ସେସନ ୨ ପରୀକ୍ଷାରେ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ଗୋଟିଏ ମାର୍କ କଟାଯିବ । ଏହି ପେପରଟି ହିନ୍ଦୀ ଏବଂ ଇଂରାଜୀ ସମେତ ମୋଟ ୧୩ ଟି ଆଞ୍ଚଳିକ ଭାଷାରେ କରାଯିବ ।

Get real time updates directly on you device, subscribe now.