fbpx

ମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ସମୟରେ ଦଳାଚକଟା, ୩ ମହିଳା ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ସୀକର ଜିଲ୍ଲା ସ୍ଥିତ ପ୍ରସିଦ୍ଧ ଖାଟୁସ୍ୟାମଜୀର ମାସିକ ମେଳାରେ ଆଜି ସକାଳେ ଦଳାଚକଟାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ତିନିଜଣ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି। ସୂଚନା ପାଇଁ ପୋଲିସ ଏବଂ ପ୍ରଶାସନ ପହଞ୍ଚି ତୁରନ୍ତ ରେସ୍କ୍ୟୁ କାର୍ଯ୍ୟ କରିଥିଲେ। ତେବେ ବର୍ତ୍ତମାନ ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି। କୁହାଯାଉଛି କି ସକାଳ ୫ଟା ସମୟରେ ମନ୍ଦିର ପ୍ରବେଶ ଦ୍ୱାରା ଖୋଲିବା ସମୟରେ ଭିଡ଼ ବଢିବା କାରଣରୁ ଏହି ଦୁର୍ଘଟଣା ଘଟିଛି।

କରୋନା ଲକଡାଉନ୍ ପରେ ଖାଟୁସ୍ୟାମଜୀରେ ପ୍ରତି ମାସରେ ଲାଗୁଥିବା ମେଳାରେ ଭକ୍ତଙ୍କ ସଂଖ୍ୟା ଲକ୍ଷାଧିକ ରହିଥାଏ। କିନ୍ତୁ ମନ୍ଦିରର ଅଭ୍ୟନ୍ତିରଣ ଭାଗ ଅଣଚଉଢା ରହିଛି। ଏହା ସହିତ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଏଭଳି ଘଟଣା ଲଗାତାର ଘଟୁଥିବା ସୂଚନା ମିଳିଛି।

Get real time updates directly on you device, subscribe now.