fbpx

IPL-2023 ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଶକ୍ତ ଝଟକା: ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରାଟ ଅସ୍ତ୍ର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସିଜନକୁ ମାତ୍ର ଗୋଟିଏ ମାସ ବାକି ରହିଛି । ସେଥିପାଇଁ ପ୍ରତ୍ୟେକ ଦଳର କୋଚ ଏବଂ ଟିମ ମ୍ୟାନେଜମେଣ୍ଟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବା ଆରମ୍ଭ କରି ଦେଲେଣି । କିନ୍ତୁ ଏହାରି ଭିତରେ ଗତବର୍ଷର ଚମ୍ପିଆନ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଜଣେ ଷ୍ଟାର ଖେଳାଳି ଏବେ ଏକ ଆହତ ସମସ୍ୟାର ଶିକାର ହୋଇଛନ୍ତି । ତେଣୁ ସେ ସିଜନର ପ୍ରଥମ କିଛି ମ୍ୟାଚରେ ଅନୁପସ୍ଥିତ ରହିପରନ୍ତି ।

ଆୟରଲାଣ୍ଡର ଷ୍ଟାର ବୋଲର ଜୋସୁଆ ଲିଟଲଙ୍କୁ ଗୁଜୁରାଟ ଟାଇଟନ୍ସ ନିଲାମୀରେ ୪.୪ କୋଟି ଟଙ୍କା ସହ ଦଳରେ ସାମିଲ କରିଥିଲା । କିନ୍ତୁ ସିଜନ ଆରମ୍ଭ ହେବା ପୂର୍ବରୁ ସାଉଥ ଆଫ୍ରିକା ଟି-୨୦ ଲିଗରେ ଲିଟଲଙ୍କୁ ହାର୍ମଷ୍ଟ୍ରିଙ୍ଗ ଜନିତ ଆଘାତ ଲାଗିଛି । ତେଣୁ ପାକିସ୍ତାନ ସୁପର ଲିଗରେ ମଧ୍ୟ ସେଦଳୁ ବାଦ ପଡିଛନ୍ତି । ମୁଲତାନ ସୁଲତାନ୍ସ ପକ୍ଷରୁ ସେ ପାକିସ୍ତାନ ସୁପର ଲିଗରେ ଖେଳିବାକୁ ଥିବା ବେଳେ ଆହତ ହୋଇ ସେ ଚିକିତ୍ସା ପାଇଁ ଘରକୁ ଫେରିଛନ୍ତି ।

ତେବେ ଆସନ୍ତା ବାଂଲାଦେଶ ଗସ୍ତରୁ ଆୟରଲାଣ୍ଡ ପାଇଁ କମବ୍ୟାକ କରିପାରନ୍ତି ଷ୍ଟାର ପେସ ବୋଲର ଜୋସୁଆ ଲିଟଲ । ମାର୍ଚ୍ଚ ୧୮ ତାରିଖରୁ ବାଂଲଶଦେଶ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେଉଥିବା ବେଳେ ଏହାପରେ ଟି-୨୦ ସିରିଜ ଖେଳି ୩୧ ତାରିଖରେ ଗସ୍ତ ଶେଷ ହେବ । ସେପଟେ ଏହି ଦିନ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଆରମ୍ଭ ହେବ ଆଇପିଏଲ ୨୦୨୩ର ଶୁଭାରମ୍ଭ । ତେବେ ଲିଟଳ ପ୍ରଥମ କିଛିଟା ମ୍ୟାଚ ଦଳ ସହ ରହିବା ନେଇ ଆଶଙ୍କା ଦେଖା ଦେଇଛି ।

Get real time updates directly on you device, subscribe now.