fbpx

ଆଜି ହିଁ ଆରମ୍ଭ କରନ୍ତୁ ବ୍ୟବସାୟ: ମାସକୁ କମେଇବେ ୫ରୁ ୧୦ ଲକ୍ଷ ଟଙ୍କା

ନୂଆଦିଲ୍ଳୀ:ଚାକିରୀ ଉପରେ ଦେଶ ତଥା ବିଶ୍ୱର ସର୍ବାଧିକ ଲୋକ ନିର୍ଭର କରନ୍ତି । ଏହା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଆୟ ନିର୍ଦ୍ଦିଷ୍ଟ ସମୟରେ ହାତକୁ ଆସିଥାଏ । ତେବେ ଚାକିରି କରୁଥିବା ଲୋକ ନିଜର ପେଶାକୁ ନେଇ ଅସନ୍ତୁଷ୍ଟ ଥାନ୍ତି । ଯଦି ଆପଣ ମଧ୍ୟ ନିଜ ଚାକିରିକୁ ନେଇ ଅସନ୍ତୁଷ୍ଟ ଥାନ୍ତି ତେବେ ଏହା ଆପଣଙ୍କ ପାଇଁ ସର୍ବୋକ୍ରୃଷ୍ଟ ବିଜିନେସ୍ ଆଇଡିଆ । ଏହି ବ୍ୟବସାୟ ଦ୍ୱାରା ଆପଣ ମାସିକ ୫ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ କରିପାରିବେ । ଏହି ବ୍ୟବସାୟ ଆପଣ ଉଭୟ ଗାଁ ଓ ସହରରେ କରିହେବ ।

ଦେଶରେ ଅନଲାଇନ କାରବାର ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କାର୍ଡବୋର୍ଡର ବ୍ୟବହାର ମଧ୍ୟ ସମାନ ଢଙ୍ଗରେ ବୃଦ୍ଧି ପାଇବାରେ ଲାଗିଛି । ଛୋଟରୁ ଆରମ୍ଭ କରି ବଡ ସାମଗ୍ରୀ ପାଇଁ ଏହି କାର୍ଡବୋର୍ଡ ବ୍ୟବହୃତ ହୋଇଥାଏ । ଖରା, ବର୍ଷା ଅଥବା ଶୀତ ପ୍ରତ୍ୟେକ ଋତୁରେ କାର୍ଡବୋର୍ଡର ଡିମାଣ୍ଡ ରହିଥାଏ । ଅନଲାଇନ ବ୍ୟବସାୟ ସହିତ ଜଡିତ ଥିବାରୁ ଏଥିରେ ମାନ୍ଦାବସ୍ଥା ମଧ୍ୟ ଦେଖା ଦେଇନଥାଏ । ଏହି କାର୍ଡବୋର୍ଡ ପ୍ରସ୍ତୁତ ପାଇଁ ଆବଶ୍ୟକ କଞ୍ଚାମାଲ ୪୦ ଟଙ୍କା ପ୍ରତି କିଗ୍ରା ହିସାବରେ ବଜାରରେ ଉପଲବ୍ଧ ହୋଇଥାଏ । କଞ୍ଚାମାଲ ଯେତେ ଭଲ ରହିବ କାର୍ଡବୋର୍ଡ ମଧ୍ୟ ସମାନ ଭାବରେ ଭଲ ବନିପାରିବ ।

ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ମାତ୍ର ୫ହଜାର ବର୍ଗଫୁଟର ଯାଗା ଆବଶ୍ୟକ । କମ ଭିଡ ଥିବା ସ୍ଥାନରେ ଏହି ବ୍ୟବସାୟ କରିବା ସବୁଠାରୁ ଅଧିକ ଲାଭଦାୟକ ସାବ୍ୟସ୍ତ ହେବ । ପ୍ଲାଣ୍ଟ ସହିତ ଗୋଦାମ ଘର ମଧ୍ୟ ଆବଶ୍ୟକ ପଡିବ । ଦୁଇ ପ୍ରକାର ମେସିନର ବ୍ୟବହାରରେ ଏହି କାରଖାନା ଚାଲିପାରିବ । ସେମି ଅଟୋମେଟିକ ଓ ଅଟୋମେଟିକ । କରୋନା ସମୟରେ ମଧ୍ୟ ଏହି ବ୍ୟବସାୟରେ ବେଶ ଅଭିବୃଦ୍ଧି ଦେଖାଦେଇଛି । ବ୍ୟବସାୟରେ ଲାଭର ସମ୍ଭାବନା ଅଧିକ ରହିଥିବାରୁ ସହଜରେ ୫-୧୦ ଲକ୍ଷ ଟଙ୍କାର ଲାଭ ହୋଇ ପାରିବ । ସର୍ବନିମ୍ନ ୨୦ ଲକ୍ଷ ଟଙ୍କା ନିବେଶରେ ଏହି ବ୍ୟବସାୟ କରିହେବ । ସେମି ଅଟୋମେଟିକ ପ୍ଲାଣ୍ଟ ପାଇଁ ୨୦ ଲକ୍ଷ ନିବେଶ ଏବଂ ସମ୍ପୂର୍ଣ୍ଣ ଅଟୋମେଟିକ ମେସିନ୍ ପାଇଁ ୫୦ ଲକ୍ଷର ନିବେଶ ଆବଶ୍ୟକ ।

Get real time updates directly on you device, subscribe now.