fbpx

ଆଜିଠୁ ଆରମ୍ଭ ମାଟ୍ରିକ ସମେଟିଭ୍-୧ ଖାତା ଦେଖା; ମୂଲ୍ୟାୟନ କରିବେ ୧୨ ହଜାର ୪୫୦ ଜଣ ଶିକ୍ଷକ

ଭୁବନେଶ୍ୱର: ଆଜିଠାରୁ ମାଟ୍ରିକ ସମେଟିଭ୍-୧ ଖାତା ଦେଖା ଆରମ୍ଭ ହୋଇଛି । ଫଳରେ ଏନେଇ ମୋଟ ୧୨,୪୫୦ ଜଣ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ନିୟୋଜିତ କରାଯାଇଛି । ତେବେ ଏହି ମାଟ୍ରିକ ସମେଟିଭେ୍-୧ ଖାତା ଦେଖା ୫୬ଟି କେନ୍ଦ୍ରରେ ହେବ ବୋଲି ସୂଚନା ମିଳିଛି । ସକାଳ ୯ ଟା ଠାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଖାତା ଦେଖା ପ୍ରକ୍ରିୟା । ତେବେ ଖାତା ଦେଖା କେନ୍ଦ୍ରକୁ ନିରୀକ୍ଷକଙ୍କୁ ମୋମାଇଲ ନେବାକୁ ବାରଣ କରାଯାଇଥିବା ବେଳେ ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ ଚଳିତ ବର୍ଷ ନଭେମ୍ବର ୨୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ମାଟ୍ରିକ ସମେଟିଭ୍-୧ ପରୀକ୍ଷା ହୋଇଥିଲା । ଯେଉଁଥିରେ ରାଜ୍ୟର ମୋଟ୍‌ ୫ ଲକ୍ଷ ୪୨ହଜାର ୮୦୭ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିଲେ । ଏଥିପାଇଁ ବୋର୍ଡ ପକ୍ଷରୁ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ତେବେ ପରୀକ୍ଷା ସକାଳ ୧୦ଟାରୁ ଦିନ ୧୨ଟା ଯାଏ ଚାଲିଥିଲା । ତେବେ ମାଟ୍ରିକ ସମେଟିଭ୍-୧ ପରୀକ୍ଷା କଡା ସୁରକ୍ଷାରେ ହୋଇଥିବା ବେଳେ ନଭେମ୍ବର ୩୦ ତାରିଖରେ ଏହା ଶେଷ ହୋଇଥିଲା । ଯାହାର ଖାତା ଦେଖା ଆରମ୍ଭ ହୋଇଛି । ଏଥିସହିତ ୧୦ ଦିନ ପରେ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.