ସମୟ ପୂର୍ବରୁ ହେଉଛି କି ଋତୁସ୍ରାବ, ଏବେ ହିଁ କରନ୍ତୁ ଚିକିତ୍ସା, ନଚେତ୍ ଭୋଗିବେ ଭୟଙ୍କର ଦଣ୍ଡ

ସମୟ ପୂର୍ବରୁ ହେଉଛି କି ଋତୁସ୍ରାବ, ଏବେ ହିଁ କରନ୍ତୁ ଚିକିତ୍ସା

First Period: ମାସିକ ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା । ପ୍ରତ୍ୟେକ ମାସରେ ନାରୀମାନଙ୍କର ଋତୁସ୍ରାବ ହୋଇଥାଏ । କିଛି ଜଣଙ୍କର ଠିକ ସମୟରେ ହେଉଥିବା ବେଳେ ଅନ୍ୟ କିଛି ଜଣଙ୍କର ଅନିୟମିତତତା ଦେଖାଯାଏ । ସେହିପରି କିଛି ଜଣଙ୍କ ମଧ୍ୟରେ ଏହା ସମୟ ପୂର୍ବରୁ ମଧ୍ୟ ହୋଇଯାଇଥାଏ । ତେବେ ଏଠାରେ ଏକ ପ୍ରଶ୍ନ ଉଠେ କାହିଁକି ସମୟ ପୂର୍ବରୁ ଋତୁସ୍ରାବ ହୁଏ ? ଏହା କୌଣସି ରୋଗର ସଙ୍କେତ କି ବୋଲି ଅନେକ ଭାବିଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏ ବିଷୟରେ…

ଜଲଦି ମାସିକ ଧର୍ମ ଆସିଲେ ଏହା ଅଧିକ କ୍ଷତିପୂର୍ଣ୍ଣ ହୋଇଥାଏ। ଟାଇପ-୨ ମଧମେହ ସହିତ ଏହା ଜଡିତ ଥାଏ। କିନ୍ତୁ ବଡି ମାସ ଇଣ୍ଡେକ୍ସ (ବିଏମଆଇ) ଏହାକୁ ରୋକିପାରେ। ଏକ ଅନୁସନ୍ଧାନ ଅନୁଯାୟୀ ମାସିକ ଧର୍ମ ବିଳମ୍ବରେ ହେଲେ ଏହା ଟାଇପ୨ ମଧୁମେହକୁ ୬ ପ୍ରତିଶତ କମ୍‌ କରିଥାଏ।

ରିସର୍ଚ୍ଚରୁ ଜଣାପଡିଛି ଯେ ୧୪ ବର୍ଷରେ ମାସିକ ପିରିୟଡ୍ସ ହେବା ପରେ ଜୀବନରେ ମଧୁମେହ ଯୋଡି ହୋଇଯାଏ। ସେହିପରି ପିଲାଦିନରେ ଅନ୍ୟ କାରକ ଯଥା ପୋଷଣ ଏବଂ ବିଏମଆଇ ମଧ୍ୟ ଏହା ଯୋଡିହେବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ଟାଇପ-୨ ମଧୁମେହ ଦୁନିଆରେ ସାଧାରଣ ରୋଗ ମଧ୍ୟରୁ ଗୋଟିଏ ହୋଇଗଲାଣି। ୨୦୧୫ରେ ଏଥିରେ ବୈଶିକ ଭାବରେ ୨୦ ରୁ ୭୯ ବୟସରେ ୮.୮ ପ୍ରତିଶତ ଲୋକ ପ୍ରଭାବିତ ଥିଲେ ଏବଂ ୨୦୪୦ ପଯ୍ୟର୍ନ୍ତ ଏହା ୧୦.୪ ପ୍ରତିଶତ ଲୋକଙ୍କୁ ହେବାର ସମ୍ଭାବନା ରହିଛି।