ଓଡ଼ିଆ ସିନେ ଜଗତ ପାଇଁ ବଡ଼ ଖବର: ଘୋଷଣା ହେଲା ୨ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ବାବୁସାନ ଓ ହରିହର ଶ୍ରେଷ୍ଠ ଅଭିନେତା
ଓଡ଼ିଆ ସିନେ ଜଗତ ପାଇଁ ବଡ଼ ଖବର: ଘୋଷଣା ହେଲା ୨ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
Odisha State Film Awards: ଓଡ଼ିଆ ସିନେମା ଜଗତ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଦୀର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟାଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୩ ଏବଂ ୨୦୨୪ ବର୍ଷ ପାଇଁ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ଘୋଷଣା କରିଛନ୍ତି। ଏହି ଦୁଇ ବର୍ଷ ପାଇଁ ମୋଟ ୬୪ଟି ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି, ଯେଉଁଥିରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ପ୍ରତିଭାବାନ କଳାକାର, ନିର୍ଦ୍ଦେଶକ ଓ ସିନେ ନିର୍ମାତାମାନଙ୍କୁ ସମ୍ମାନିତ କରାଯିବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଗୁଡ଼ିକ ପ୍ରଦାନ କରାଯିବ।
୨ ବର୍ଷର ପୁରସ୍କାର ତାଲିକା
୨୦୨୩ ବର୍ଷର ପୁରସ୍କାର ବିଜେତା
- ଶ୍ରେଷ୍ଠ ଚଳଚ୍ଚିତ୍ର: ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ।
- ଶ୍ରେଷ୍ଠ ମୁଖ୍ୟ ଅଭିନେତା: ହରିହର ମହାପାତ୍ର (ଚଳଚ୍ଚିତ୍ର: ‘ଧୋରେ ବାବୁ ଧୋ’)।
- ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ନୈନା ଦାସ ଓ ସୁପ୍ରିୟା ନାୟକ।
- ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ନୈନା ଦାସ (ଚଳଚ୍ଚିତ୍ର: ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’)।
- ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ‘ମୋ ବୋଉ ମୋ ଗାଁ’।
- ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ (Lifetime Achievement): ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ।
୨୦୨୪ ବର୍ଷର ପୁରସ୍କାର ବିଜେତା
- ଶ୍ରେଷ୍ଠ ଚଳଚ୍ଚିତ୍ର: ‘ଆଶ୍ରମ’।
- ଶ୍ରେଷ୍ଠ ନିର୍ଦ୍ଦେଶକ: ଅଶୋକ ପତି (ଚଳଚ୍ଚିତ୍ର: ‘ଆଶ୍ରମ’)।
- ଶ୍ରେଷ୍ଠ ମୁଖ୍ୟ ଅଭିନେତା: ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି (ଚଳଚ୍ଚିତ୍ର: ‘ପାବାର’)।
- ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ଦେବଯାନୀ ଦେଘୁରିଆ (ଚଳଚ୍ଚିତ୍ର: ‘ଭଗିଆ ଭାରିଜା’)।
- ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: ‘ଫୁଲ ଫୁଟି ମହକିଲା’।
ଚଳଚ୍ଚିତ୍ର ଜଗତରେ ଉତ୍ସାହର ଲହର
ଓଲିଉଡ୍କୁ ମିଳିବ ନୂଆ ଉର୍ଜା: ଦୁଇ ବର୍ଷର ପୁରସ୍କାର ଏକାସଙ୍ଗେ ଘୋଷଣା ହେବା ପରେ ଓଡ଼ିଆ ସିନେ ପ୍ରେମୀ ଏବଂ ସମ୍ପୂର୍ଣ୍ଣ ଓଲିଉଡ୍ ଇଣ୍ଡଷ୍ଟ୍ରି ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିବା କଳାକାରମାନଙ୍କ ପାଇଁ ଏକ ଗୌରବର ବିଷୟ ହେବ। ଏହି ସମ୍ମାନ ଓଡ଼ିଆ କଳାକାର ଓ ନିର୍ମାତାମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ ଏବଂ ମୌଳିକ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ନୂଆ ପ୍ରେରଣା ଯୋଗାଇବ ବୋଲି ସିନେ ସମୀକ୍ଷକମାନେ ଆଶା ପ୍ରକାଶ କରିଛନ୍ତି।


