fbpx

ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାର ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ୟଶ୍ । ଏହାକୁ ନଜରରେ ରଖି ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି ସରକାର ରାଜ୍ୟରେ ଦୁଇ ଦୁଇଟି ବିପଦକୁ ମୁକାବିଲା କରିବାକୁ ଯାଇ ସମସ୍ତ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖ ଯାଏଁ କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେନି ବୋଲି ଘୋଷଣା କରିଛନ୍ତି । ଏହାସହିତ କୌଣସି କର୍ମଚାରୀ ମୁଖ୍ୟାଳୟରେ ଛାଡି ପାରିବେନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅତି ଜରୁରୀ ଥିଲେ ବିଭାଗୀୟ ଅଧିକାରୀଙ୍କ ଅନୁମତିରେ କର୍ମଚାରୀ ଛୁଟି ନେଇପାରିବେ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ୟଶ୍ ଏବେ ଓଡିଶା ମୁହାଁ ହୋଇଛି । ଆସନ୍ତା ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବା ସହିତ ଭଦ୍ରକ କିମ୍ବା ବାଲେଶ୍ୱରରେ ସ୍ଥଳଭାଗ ଛୁଇଁପାରେ । ତେଣୁ ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଏବେ ପ୍ରସ୍ତୁତ ହେଉଛି ଓଡିଶା । ବାତ୍ୟା ବିଶେଷ କରି ୪ଟି ଜିଲ୍ଲା ଉପରେ ଅଧିକ ପ୍ରଭାବ ପକାଇବ ବୋଲି କୁହାଯାଇଛି । ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଏବଂ କେନ୍ଦ୍ରାପଡା ।

Get real time updates directly on you device, subscribe now.