fbpx

ରାଜ୍ୟ ସରକାର ଗଠନ କଲେ ମେଣ୍ଟର ଗ୍ରୁପ୍: ସମସ୍ତ ସରକାରୀ ଡାକ୍ତରଖାନାର ସ୍ଥିତି ହେବ ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ମାତୃ ଓ ନବଜାତକ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ରାଜ୍ୟର ସ୍ଥିତି ଜାତୀୟ ହାରଠାରୁ ଅଧିକ ରହିଛି । ତେବେ ଏହି ମୃତ୍ୟୁ ହାରକୁ ରୋକିବା ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଏଥିପାଇଁ ପ୍ରତିଷ୍ଠା ହୋଇଛି ରାଜ୍ୟସ୍ତରୀୟ ମେଣ୍ଟର ଗ୍ରୁପ । ପ୍ରତି ୩ ମାସରେ ଥରେ ଏହି ଗ୍ରୁପ ସମସ୍ତ ସରକାରୀ ଡାକ୍ତରଖାନା ପରିଦର୍ଶନ କରିବେ ।

ଏଥିସହିତ ଗର୍ଭବତୀ ମହିଳା, ଅଲଟ୍ରାସାଉଣ୍ଡ, ସରକାରୀ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷା ନିରୀକ୍ଷା କରାଯାଉଛି କି ନା ସେନେଇ ଅନୁଧ୍ୟାନ କରିବ ଏହି ଗ୍ରୁପ୍ । ଓଡ଼ିଶାରେ ୧ ଲକ୍ଷରେ ମାତୃ ମୃତ୍ୟୁହାର ୧୩୬ ରହିଛି । ଏହାସିତ ପ୍ରତି ୧ ହଜାର ଜନ୍ମିତ ଶିଶୁଙ୍କ କ୍ଷେତ୍ରର ଜବଜାତକଙ୍କ ମୃତ୍ୟୁ ସଂଖ୍ୟା ରହିଛି ୨୮ । ଏହା ଜାତୀୟ ହାର ୨୫ ଠାରୁ ଅଧିକ ରହିଛି । ତେଣୁ ମାତୃ ଓ ନବଜାତକ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

ମେଣ୍ଟର ଗ୍ରୁପରେ ରାଜ୍ୟର ମେଡିକାଲ କଲେଜର ପ୍ରଫେସର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଘରୋଇ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଏଏନଏମ ଓ ଷ୍ଟାଫ ନର୍ସ ପ୍ରମୁଖ ରହିଛନ୍ତି । ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟର ସ୍ଥିତି କିପରି ଅନୁଧ୍ୟାନ କରାଯିବ ସେନେଇ ଏହି ଗ୍ରୁପକୁ ଟ୍ରେନିଂ ଦିଆଯାଇଛି । ବର୍ଷକୁ ଏହି ଗ୍ରୁପ ସରକାରୀ ଡାକ୍ତରଖାନାକୁ ୪ ଥର ଗସ୍ତ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.