fbpx

କରୋନା: ମାର୍ଚ୍ଚ ମାସ ପାଇଁ ଜାରି ହେଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର):  ମାର୍ଚ୍ଚ ମାସ ପାଇଁ  ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ୨ ହଜାର ଲୋକଙ୍କୁ ନେଇ ଯାତ୍ରା ଆୟୋଜନ କରିବାକୁ ଅନୁମତି ମିଳିଛି । ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ ଯାତ୍ରା । ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଜଣ ସାମିଲ ଅନୁମତି ମିଳିଛି । ଆବଶ୍ୟକ ପଡିଲେ ଅବରୋଧ ଅଂଚଳ ଘୋଷଣା ହୋଇପାରିବ ବୋଲି ଗାଇଡଲାଇନ୍ ରେ ଦର୍ଶାଯାଇଛି ।କୌଣସି କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ଲୋକ ଏକାଠି ହେବା ମନା କରାଯାଇଛି । ଆବଦ୍ଧ କ୍ଷେତ୍ରରେ ସ୍ଥାନ କ୍ଷମତାର ଅଧା ଲୋକଙ୍କୁ ଅନୁମତି ମିଳିଛି । ମାସ୍କ ପିନ୍ଧିବା, ହାତଧୁଆ ଓ ସାମାଜିକ ଦୂରତା ନିୟମ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.