fbpx

ବିବାହ ପୂର୍ବରୁ ସାଙ୍ଗ ହୋଇ ରହିବା ଅପରାଧ ନୁହେଁ, ଲିଭଇନ ପାଇଁ ଜାଣନ୍ତୁ କିଛି ନିୟମ

ବର୍ତ୍ତମାନ ଟ୍ରେଣ୍ଡରେ ଚାଲିଛି ଲିଭଇନ ସମ୍ପର୍କ, ଅର୍ଥାତ ବିବାହ ପୂର୍ବରୁ ଏକାଠି ରହିବା । ଏହା ବାହର ଦେଶ ମାନଙ୍କରେ ଚାଲିଆସୁଥିବା ବେଳେ ବର୍ତ୍ତମାନ ଭାରତର ଯୁବପିଢି ଏହାକୁ ଆପଣେଇଛନ୍ତି । ହେଲେ କିଛିଦିନ ହେବ ଏନେଇ ଚର୍ଚ୍ଚା ଜୋରଧରିଛି । କାରଣ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ନିଜ ପ୍ରେମିକାର ହତ୍ୟା କରି ୩୫ଖଣ୍ଡ କରିଦେଇଛି ପ୍ରେମିକ । ପ୍ରକୃତରେ ଏହି ଦୁଇ ଜଣ ଲିଭଇନରେ ହିଁ ରହୁଥିଲେ । ତେଣୁ ଏହା ଉପରେ ଅନେକ ପ୍ରଶ୍ନ ଉଠିଛି । ଲିଭଇନ ସଂପର୍କକୁ ନେଇ ସୁପ୍ରିମକୋର୍ଟ ମାନ୍ୟତା ଦେବା ସହ କିଛି ନିୟମ କାନୁନ ମଧ୍ୟ ବନାଇଛି । ତେବେ ଲିଭଇନରେ ରହିବା କିଛି ଅପରାଧ ନୁହେଁ ହେଲେ ରହିବା ପୂର୍ବରୁ ନିୟମ କାନୁନ କଥା ଜାଣିବା ନିହାତି ଆବଶ୍ୟକ ।

ଲିଭଇନ ସମ୍ପର୍କ ପଶ୍ଚିମ ଦେଶରୁ ଆସିଅଛି, ସେମାନଙ୍କ ପାଇଁ ଏହାଏକ ସାଧାରଣ କଥା, ହେଲେ ଭାରତୀୟ ସଂସ୍କୃତି ପାଇଁ ଏହା ମାନ୍ୟତା ନୁହେଁ । ବିବାହ ପୂର୍ବରୁ ଗୋଟେ ଝିଅ ଜଣେ ପୁଅ ସହ ରହିବା ଅପରାଧ ବୋଲି ଧରାଯାଏ । କିନ୍ତୁ ଭାରତର ବଡ଼ ବଡ଼ ସହରରେ ଏହା ଏକ ସାମାନ୍ୟ ଜିନିଷ ହୋଇସାରିଛି । ଏନେଇ ସୁପ୍ରିମକୋର୍ଟ ମଧ୍ୟ ସ୍ୱୀକୃତି ଦେଇ ସାରିଛି ।

ଚଣ୍ଡିଗଡ଼ ହାଇକୋର୍ଟର ବରିଷ୍ଠ ଅଧିବକ୍ତା ରିଟା କୋହଲୀ କହିଛନ୍ତି ଯେ, ‘ ଲିଭଇନକୁ ନେଇ କୌଣସି ନିୟମ କାନୁନ ବନାଯାଇନାହିଁ । ହେଲେ କୋର୍ଟ ସାମ୍ନାକୁ କିିଛି ତଥ୍ୟ ଆସିଥିଲା ଯେ, ମହିଳାମାନେ ନିଜ ପାର୍ଟନର ସହିତ ରହିଥିଲେ । ହେଲେ କିଛି ବର୍ଷପରେ ପୁରୁଷମାନେ ନିଜ ପାଖରୁ ତାଙ୍କୁ ବାହାର କରିଦେଇଛନ୍ତି । କାରଣ ସେ ତାଙ୍କୁ ବାହା ହୋଇ ନାହାନ୍ତି ସେଥିପାଇଁ ମହିଳାମାନେ ତାଙ୍କ ସମ୍ପତ୍ତିର କୌଣସି ହକଦାର ନୁହଁନ୍ତି । ଫଳରେ ମହିଳା ମାନଙ୍କ ସୁରକ୍ଷା ପାଇଁ ଲିଭଇନ କୁ ମାନ୍ୟତା ଦିଆଯାଇଛି । ଏହାସହ ଶାରୀରିକ, ମାନସିକ ଏବଂ ଆର୍ଥିକ ନିର୍ଯାତନାରୁ ରକ୍ଷା କରିବା ନେଇ କିଛି ନିୟମ ବନାଇଛନ୍ତି ।

ଲିଭଇନ କପଲଙ୍କ ପାଇଁ କୋର୍ଟର ନିୟମ

-ଲିଭଇନରେ ରହୁଥିବା ୨ଜଣଙ୍କ ବୟସ ୧୮ରୁ ଉର୍ଦ୍ଧ ହୋଇଥିବା ଦରକାର । ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକୁ ଅଟନ୍ତି ତେବେ ସେ ଲିଭଇନରେ ରହିପାରିବେ ନାହିଁ । କୋର୍ଟ ଲିଭଇନର ଅର୍ଥ ହେଉଛି, ଦୁଇ ଜଣ ସର୍ବଦା ଏକାଠି ସ୍ୱାମୀ-ସ୍ତ୍ରୀ ଭଳି ରହିବା । କେତେବେଳେ ରହିବା ପୁଣି ନ ରହିବା ଏହାକୁ ମାନ୍ୟତା ମିଳିନାହିଁ ।

– ସିଆରପିସିର ଧାରା ୧୨୫ ଅନୁସାରେ, ଲିଭଇନରେ ରହୁଥିବା ମହିଳାଙ୍କୁ ଯଦି ତାଙ୍କ ସାଥୀ ପୁରୁଷ ଛାଡ଼ି ଦିଅନ୍ତି ତେବେ ତାଙ୍କୁ ଭରଣ ପୋଷଣର ଅଧିକାର ଦିଆଯାଇଛି । ଯାହାଦ୍ୱାରା ଜଣେ ମହିଳା ରହୁଥିବା ସାଥୀ ପୁରୁଷଙ୍କ ଠାରୁ ଭରଣ ପୋଷଣ ପାଇଁ ଆର୍ଥିକ ସହାୟତା ମାଗିପାରିବେ ।
-ଲିଭଇନରେ ରହିବା ସମୟରେ ଯଦି ସନ୍ତାନ ଜନ୍ମ ନେଉଛି ତେବେ ତାର ସମ୍ପୂର୍ଣ୍ଣ ଅଧିକାର ମାତା ପିତାଙ୍କ ସମ୍ପତି ଉପରେ ରହିଛି ।

-ଯଦି ପାର୍ଟନର ଅନ୍ୟ ଜଣେ ପାର୍ଟନରକୁ ବିବାହ କରିବା ଆଶା ଦେଇ ଶାରୀରିକ ସଂମ୍ପର୍କ ରଖୁଛି ଏବଂ ଏହା ପରେ ବିବାହ କରୁନାହିଁ ତେବେ ସେ ଜଣକ କୋର୍ଟରେ ଅଭିଯୋଗ ଆଣି ତାଙ୍କୁ ଦଣ୍ଡିତ କରିପାରିବେ ।

-ଯଦି ଜଣେ ପରୁଷ ବିବାହ କରି ଅନ୍ୟ ଏକ ମହିଳା ସହ ଲିଭଇନରେ ରହୁଛି ତେବେ ଏହା ଏକ ଅପରାଧ ବୋଲି ସୁପ୍ରିମକୋର୍ଟ କହିଛି ।

-ଘରୋଇ ହିଂସାକାଣ୍ଡକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ଲିଭଇନରେ । ୨୦୦୫ ସଂରକ୍ଷଣ ନିୟମ ଅନୁଯାୟୀ ଜଣେ ମହିଳା ଘରୋଇ ହିଂସାକାଣ୍ଡରେ ଲଢିପାରିବେ । ଯଦି ଲିଭଇନରେ ଝଗଡ଼ା ଲାଗୁଛି ବା ମାଡ଼ଗାଳି ଭଳି ଅତ୍ୟାଚାର ହେଉଛି ତେବେ ସେ ପୋଲିସକୁ ନିଜ ଅଭିଯୋଗ ଜାହିର କରିପାରିବେ ।

Get real time updates directly on you device, subscribe now.