fbpx

(Video) ହସ୍ପିଟାଲରୁ ବାଇକ୍ ଚୋରି କରୁଛି ଚୋର: ସିସିଟିଭିରେ କଏଦ ହେଲା ଭିଡିଓ…

ଖୋର୍ଦ୍ଧା: ବାଇକ୍ ଚୋରିର ଅନେକ ଭିଡିଓ ଆପଣ ଦେଖିଥିବେ । କେମିତି ଅଭିନବ ଉପାୟରେ ବାଇକ ଚୋରି କରିଥାନ୍ତି ଚୋର । ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଥାଏ । ଆଉ ଏବେ ଏଭଳି ଏକ ବାଇକ୍ ଚୋରିର ଘଟଣା ସାମ୍ନାକୁ ଆସିଛି । ତାହବି ପୁଣି ଖୋର୍ଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟର ।

ଭିଡିଓରେ ଦେଖାଯାଉଛି ଯେ ମୁଖ୍ୟ ଚିକିତ୍ସାଳୟ ପରିସରରୁ କିପରି ହେଉଛି ବାଇକ୍ ଚୋରି । ଭିଡିଓରେ ଦେଖାଯାଉଛି ଯେ ଜଣେ ଯୁବକ ଫୋନରେ କଥା ହେଉଛନ୍ତି । ଆଉ ଫୋନରେ କଥା ହୋଇ ପରିସରରେ ଥିବା ବାଇକ୍ ଉପରେ ବସୁଛନ୍ତି ଏବଂ ବାଇକ୍ କୁ ଖୋଲିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବାଇକ୍ ଖୋଲୁନାହିଁ । ଏହାପରେ ପୁଣି ଥରେ ସେ ଅନ୍ୟ ଏକ ବାଇକ୍ କୁ ଖୋଲିବା ପାଇଁ ପ୍ରୟାସ କରୁଛନ୍ତି । ଆଉ ସଫଳ ହେଉଛନ୍ତି ।

ଯେମିତି କେହି ସନ୍ଦେହ ନକରିବେ ସେଥିପାଇଁ ଫୋନ୍ ରେ କଥା ହେଉଥିବାର ନାଟକ ମଧ୍ୟ କରୁଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.