fbpx

ଲୋକ ପାଲଟିଛନ୍ତି ମାନବ ବୋମା, ତାଳି ଥାଳିର ଦେଶରେ ବି ମିଳୁଛି ପଥର ଓ ଗାଳି

କଣ ଆପଣ କଳ୍ପନା କରିପାରୁଛନ୍ତି ଯେଉଁଠି ସାରା ଦେଶ କରୋନା ବିରୋଧରେ ସଂଗ୍ରାମ ଜାରି ରଖିଛି ସେଭଳି ଅବସ୍ଥାରେ କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନେ ଚାହୁଁଛନ୍ତି କରୋନା ଭାଇରସ୍ ବିରୋଧ ଯୁଦ୍ଧରେ ଆମେ ହାରିଯିବା । ସାରା ବିଶ୍ୱରେ ଡାକ୍ତର, ନର୍ସ ,ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଦିଆଯାଏ । ଭାରତରେ ମଧ୍ୟ ଡାକ୍ତରଙ୍କୁ ଭଗବାନର ମାନ୍ୟତା ଦିଆଯାଇଛି । କିନ୍ତୁ ଏଠାରେ କିଛି ବିଷାକ୍ତ ବ୍ୟକ୍ତି ଅଛନ୍ତି ଯେଉଁମାନେ ତାଙ୍କ ଉପରେ ଛେପ ପକାଉଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପରକୁ ପଥର ମାଡ କରାଗଲା । ସେମାନେ ସାରାଦେଶକୁ ଲଜ୍ଜିତ କରିଛନ୍ତି । ଏହାଠାରୁ ବଡ ବିଶ୍ୱାସଘାତକତା ,ବଡ ଅଭଦ୍ରାମୀ,ବଡ ଭୟଙ୍କର ଆଉ କଣ ବା ହୋଇପାରେ ? ଏମାନେ ସେହି ଲୋକ ଯେଉଁମାନେ କରୋନା ବିରୋଧୀ ଲଢ଼େଇରେ ଆମ ବିଜୟ ଚାହୁଁ ନାହାନ୍ତି ।

କିଛି ଦିନ ତଳେ ସାରା ଦେଶ ଏକ୍ ହୋଇ ତାଳି ଓ ଥାଳି ବଜାଇବା ଦୃଶ୍ୟ ଅପଣ ଦେଖିଥିବେ । ଅନ୍ୟପଟେ ପଥର ଫୋପାଡୁଥିବା, ଛିପ ଫିଙ୍ଗୁଥିବା , ଅଶ୍ଳୀଳ ଇଙ୍ଗିତ କରୁଥିବା ଦୃଶ୍ୟ ବି ରହିଛି । ଗୋଟିଏ ପଟେ ଦେଶ ପାଇଁ ଲଢ଼ିବାର ଚିନ୍ତାଧାରା ,ଦେଶ ବଂଚାଇବାର ଚିନ୍ତାଧାରା ଅନ୍ୟପଟେ ଏପରିଏକ ଚିନ୍ତାଧାରା ଯାହା ସଙ୍କଟକାଳରେ ଦେଶକୁ ଧକ୍କା ହିଁ ଦେଉଛି ।

Get real time updates directly on you device, subscribe now.