fbpx

ଏମିତି ଏକ ଗ୍ରହ ଯେଉଁଠି ପାଣି ବଦଳରେ ହୁଏ ପଥର ବର୍ଷା, ଆବିଷ୍କାର କଲେ ବୈଜ୍ଞାନିକ

ନୂଆଦିଲ୍ଲୀ; ବର୍ତ୍ତମାନ ସମୟରେ ବିଜ୍ଞାନ ଏତେ ବିକାଶ କରିଛି ଯେ, କଠିନରୁ କଠିନ କାମ ମଧ୍ୟ ସହଜ ହୋଇଯିବ । ବିଜ୍ଞାନର ବିକାଶ କାରଣରୁ ବୈଜ୍ଞାନିକଙ୍କୁ ସୌରମଣ୍ଡଳର ଦୂରରେ ଥିବା ଗ୍ରହକୁ ଖୋଜିବାରେ ମଧ୍ୟ ସହଜ କରିନେଇଛି । ଉନ୍ନତ ଟେକ୍ନୋଲୋଜି ଓ ମହାକାଶରେ ହବଲ ଭଳି ଟେଲିସ୍କୋପର ସାହାଯ୍ୟରେ ବୈଜ୍ଞାନିକମାନେ ଏଭଳି ଅଦ୍ଭୁତ ଗ୍ରହ ଖୋଜିଛନ୍ତି, ଯାହା ବିଷୟରେ ଖୋଜି ବାହାର କରିବା କଷ୍ଟକର ଥିଲା । ବୈଜ୍ଞାନିକମାନେ କିଛି ଦିନ ପୂର୍ବରୁ ଏଭଳି ଅଦ୍ଭୁତ ଗ୍ରହକୁ ଖୋଜି ବାହାର କରିବା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ । ଏହା ଭିତରୁ ଗୋଟିଏ ଏଭଳି ଗ୍ରହ ରହିଛି ଯେଉଁଠି ପଥର ତରଳିବା ପରେ ବର୍ଷା ହୋଇଥାଏ, ସେଭଳି ଆଉ ଏକ ଗ୍ରହରେ ଟାଇଟାନିୟମ୍‌ ଭଳି ଧାତୁ ମଧ୍ୟ ବାମ୍ପ ପାଲଟି ଯାଇଥାଏ ।

ବୈଜ୍ଞାନିକମାନେ ଯେଉଁ ରହସ୍ୟମୟୀ ଦୁନିଆରେ ଦୁଇଟି ଗ୍ରହକୁ ଖୋଜିଛନ୍ତି, ସେହି ଦୁଇଟିର ଆକାର ଗୁରୁ ଗ୍ରହର ସମାନ ଥିଲା । ଏହି ଦୁଇଟି ଆମର ମିଲ୍‌କି ୱେ ଗାଲାକ୍ସିରେ ନିଜର ତାରାର ପାଖରେ ରହିଛି । ଏହି ଦୁଇଟି ଗ୍ରହ ତାରାର ଏତେ ପାଖରେ ରହିଛି ଯେ, ଅଧିକ ତାପମାତ୍ରା କାରଣରୁ ଗରମ୍‌ ହୋଇଯାଇଥାଏ । ଏହି ଗ୍ରହ ଉପରେ ବାଷ୍ପିକୃତ ପଥର ବର୍ଷା ହେବା ଓ ଦ୍ୱିତୀୟଟିରେ ଟାଇଟାନିୟମ୍‌ ଭଳି ଶକ୍ତିଶାଳୀ ଧାତୁ ମଧ୍ୟ ବାମ୍ପ ହେବାର କାରଣରୁ ଅଧିକ ତାପମାତ୍ରା ରହିଥାଏ । ବୈଜ୍ଞାନିକମାନେ ଦୁଇଟି ଷ୍ଟଡିରେ ଏହି ଦୁଇଟି ରହସ୍ୟମୟୀ ଗ୍ରହ ବିଷୟରେ ବିସ୍ତାର ଭାବରେ କହିଛନ୍ତି । ଏବେ ଏଥିରେ ବୈଜ୍ଞାନିକମାନେ ଆମର ଆକାଶଗଙ୍ଗାରେ ବ୍ୟାପିଥିବା ବିବିଦ୍ଧତା, ଜଟିଳତା ଓ ଅଦ୍ଭୁତ ରହସ୍ୟ ବିଷୟରେ ଜାଣି ପାରିବେ । ବାହ୍ୟଗ୍ରହରୁ ବ୍ରହ୍ମାଣ୍ଡରେ ଗ୍ରହର ତନ୍ତ୍ରରେ ବିକଶିତ ହେବାର ବିବିଧତା ବିଷୟରେ ସୂଚନା ମିଳୁଛି ।

ନେଚର ଜର୍ଣ୍ଣାଲରେ ପ୍ରକାଶିତ ଷ୍ଟଡି ଅନୁସାରେ, ବୈଜ୍ଞାନିକମାନେ ହବଲ ସ୍ପେସ୍‌ ଟେଲିସ୍କୋପ୍‌ ମାଧ୍ୟମରେ ପୃଥିବୀରୁ ୧୩୦୦ ପ୍ରକାଶ ବର୍ଷ ଦୂରରେ ଥିବା ଡବ୍ଲୁଏଏସ୍‌ପି-୧୭୮ବି କୁ ଦେଖିଛନ୍ତି । ଏହାକୁ ଯେଉଁଠି ଦେଖାଯାଏ ସେଠାରେ ବାୟୁମଣ୍ଡଳରେ ସିଲିକନ୍‌ ମୋନୋଅକ୍ସାଇଡ୍‌ ଗ୍ୟାସ୍‌ କରିଥାଏ । ରିସର୍ଚ୍ଚରମାନେ କହିଛନ୍ତି ଯେ, ଏହି ଗ୍ରହରେ ଦିନରେ ବାଦଲ ନଥାଏ, କିନ୍ତୁ ରାତିରେ ଦୁଇ ହଜାର ମାଇଲ୍‌ ପ୍ରତି ଘଣ୍ଟା ବେଗରେ ପବନ ଚାଲିଥାଏ । ଏହି ରିସର୍ଚ୍ଚରେ କୁହାଯାଇଛି ଯେ, ଗ୍ରହଟି ନିଜର ତାରର ଖୁବ୍‌ ନିକଟରେ ରହିଛି । ଗ୍ରହର ଦ୍ୱିତୀୟ ପଟେ ଓ ସିଲିକନ୍‌ ମନୋଅକ୍ସାଇଡ୍‌ ଏତେ ପରିମାଣରେ ଥଣ୍ଡା ହୋଇଯାଇଥାଏ ଯେ, ତା କାରଣରୁ ବାଦଲରୁ ପାଣି ବଦଳରେ ପଥର ବର୍ଷା ହୁଏ । ସକାଳେ ଓ ସନ୍ଧ୍ୟାରେ ଗ୍ରହଟି ଏତେ ଅଧିକ ଗରମ ହୋଇଯାଏ ଯେ, ପଥରକୁ ମଧ୍ୟ ବାମ୍ପରେ ପରିଣିତ କରିଦେଇଥାଏ । ବୈଜ୍ଞାନିକମାନେ କହିଛନ୍ତି, ପ୍ରଥମ ଥର ସିଲିକନ୍‌ ମନୋଅକ୍ସାଇଡକୁ ଏଭଳି ରୂପରେ ଦେଖାଯାଉଛି ।

Get real time updates directly on you device, subscribe now.