fbpx

ଶୁଭମନ ଗିଲ୍ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ, ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କଲା ଭାରତ

ଅହମ୍ମଦାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଭାରତ ସିରିଜକୁ ମଧ୍ୟ କବଜା କରିଛି। ୨୩୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ନ୍ୟୁଜିଲାଣ୍ଡ। ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲେ।

ନ୍ୟୁଜିଲାଣ୍ଡର ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲା ବେଳେ ୪ ଜଣ ଖାତା ଖୋଲି ପାରି ନଥିଲେ। ଦଳ ପାଇଁ ଡାରୀ ମିଚେଲ୍ ୨୫ ବଲ୍ ଖେଳି ସର୍ବାଧିକ ୩୫ ରନ୍ ସଂଗ୍ରହ କରିଥିଲେ। ଭାରତ ପାଇଁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୪ଟି ଉଇକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ, ଉମ୍ରାନ୍ ମଲିକ ଏବଂ ଶିଭମ ମାଭି ଦୁଇଟି ଲେଖାଏଁ ଉଇକେଟ୍ ପାଇଥିଲ।

ଏହାପୂର୍ବରୁ ଶୁଭମନ୍ ଗିଲ୍‌ଙ୍କ ଧୂଆଁଧାର ଶତକ ବଳରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଗିଲ୍‌ଙ୍କ ବ୍ୟତିତ ରାହୁଲ ତ୍ରିପାଠୀ ମଧ୍ୟ ୨୨ ବଲ୍‌ରେ ୪୪ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ। ତାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ୧୨ ବଲ୍‌ରେ ୨୪ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୧୭ ବଲ୍‌ରୁ ୩୦ ରନ୍ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡ ପାଇଁ ମିଚେଲ୍ ବ୍ରାସବେଲ୍‌, ବ୍ଲେୟାର ଟିକନର୍, ଇଶ ସୋଢି ଏବଂ ଡାରୀ ମିଚେଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

Get real time updates directly on you device, subscribe now.