fbpx

ଖୁବଶୀଘ୍ର ଭାରତରେ ଲାଗିବ କଡ଼ା କଟକଣା, ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ କଡ଼ା କଟକଣା ଲଗାଯାଇପାରେ । ଏହି ପରିପ୍ରେକ୍ଷୀରେ ଭାରତ ସରକାର ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ତେବେ ସ୍ୱାସ୍ଥ୍ୟ ସଚିବ ଚିଠିରେ ଲେଖିଛନ୍ତି ଯେ, ‘ଡେଲ୍ଟା ତୁଳନାରେ ଓମିକ୍ରନ ଅତି କମରେ ୩ ଗୁଣା ଅଧିକ ସଂକ୍ରାମକ । ଏଥିପାଇଁ ସ୍ଥାନୀୟ ଓ ଜିଲ୍ଲା ସ୍ତରରରେ ଅଧିକ ଦୂରଦୃଷ୍ଟି, ତଥ୍ୟ ବିଶ୍ଲେଷଣ, ଗତିଶୀଳ ନିଷ୍ପତ୍ତି ଓ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଦେଶର ବିଭିନ୍ନ ସ୍ଥାନରେ ଏବେ ବି ଡେଲ୍ଟା ଉପସ୍ଥିତ ରହିଛି । ରାଜ୍ୟଗୁଡ଼ିକରେ ଓମିକ୍ରନ ମାମଲା ବଢ଼ୁଥିବାରୁ ପ୍ରତିବନ୍ଧକ ଓ ନଜର ରଖିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’

Get real time updates directly on you device, subscribe now.