fbpx

ରାଜରାସ୍ତା ପାଲଟିଛି ମରଣଯନ୍ତା; ଡ୍ରେନହୋଲରେ ଭାସି ଯାଇ ଛାତ୍ର ନିଖୋଜ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀର ରାଜରାସ୍ତାରେ ରହିଥିବା ଡ୍ରେନ୍ ହୋଲ ପାଲଟିଛି ମରଣ ଯନ୍ତା । ଡ୍ରେନ ହୋଲରେ ଗଳି ପଡି ଜଣେ ୧୫ ବର୍ଷୀୟ ଛାତ୍ର ନିଖୋଜ ହୋଇଛନ୍ତି । ପ୍ରବଳ ବର୍ଷା କାରଣରୁ ଛାତ୍ର ଜଣକ ଡ୍ରେନ ହୋଲରେ ଗଳି ପଡିଥିଲେ । ଶିରିପୁର ଅନ୍ତର୍ଗତ ଶତାବ୍ଦୀ ନଗରରେ ଏହି ଅଭାବନୀୟ ଘଟଣା ଘଟିଛି ।
ଟ୍ୟୁସନରୁ ଫେରୁଥିବା ସମୟରେ ଛାତ୍ର ଜଣକ ଡ୍ରେନରେ ଗଳିପଡିଥିଲେ । ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁଟିର ପତ୍ତା ମିଳିନାହିଁ । ଏହା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.