fbpx

(Video) ରିପୋର୍ଟର ସାଜି ସ୍କୁଲର ଅସୁବିଧା ଦେଖାଇଲେ ଛାତ୍ର, ସାମ୍ବାଦିକତାକୁ ପ୍ରଶଂସା କରୁଛନ୍ତି ଲୋକେ, ଦେଖନ୍ତୁ ଭାଇରାଲ ଭିଡିଓ…

ଆପଣ ଅନେକ ସମୟରେ ଗଣମାଧ୍ୟମରେ ବିଭିନ୍ନ ସ୍କୁଲରେ ଥିବା ଅସୁବିଧା ସଂପର୍କରେ ଜାଣିବାକୁ ପାଇଥିବେ । ଗଣମାଧ୍ୟମର ପ୍ରତିନିଧିମାନେ କୌଣସି ସ୍କୁଲରେ ଥିବା ଅସୁବିଧାକୁ ସରକାରଙ୍କ ସାମ୍ନାକୁ ଆଣିଥାନ୍ତି । କିନ୍ତୁ ହୁଏତ ଏହା ସବୁବେଳେ ସମ୍ଭବ ହୋଇନଥାଏ । ଆଜିବି ଏମିତି ସ୍କୁଲ ରହିଛି ଯେଉଁଠରେ ବ୍ୟାପକ ଅସୁବିଧା ରହିଛି । ଯାହା ସାମ୍ନାକୁ ଆସିପାରୁନି ।

କିନ୍ତୁ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓକୁ ଦେଖିଲେ ଆପଣ ନିଶ୍ଚୟ ସାବାସି ଦେବେ ଜଣେ କୁନି ରିପୋର୍ଟରକୁ । କାରଣ ଏହି ନକଲି ରିପୋର୍ଟର ଜଣକ ସ୍କୁଲର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛନ୍ତି ଆଉ ତାହାବି ପୁଣି ଗଣମାଧ୍ୟମର ରିପୋର୍ଟିଂ ଷ୍ଟାଇଲରେ । ଭିଡିଓରେ ପିଲାଟି ଅନ୍ୟ ପିଲାଙ୍କ ସହ କଥା ହେଉଛି । ଭିଡିଓରେ ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଆଉ ଅନେକ ୟୁଜର୍ସ ଏହି ଭିଡିଓକୁ ଦେଖି କହିଛନ୍ତି ଯେ ଏଭଳି ସାମ୍ବାଦିକତାକୁ ସଲାମ୍ ।

ଘଟଣା ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାର, ଭିଡିଓରେ ଦେଖାଯାଉଛି ଜିଲ୍ଲାର ଉକ୍ର୍ରମିତ ପ୍ରାଥମିକ ବିଦ୍ୟାଳୟ ଅସୁବିଧା ଦେଖାଉଛନ୍ତି ଏହି ପିଲା ଜଣକ । ଭିଡିଓରେ ସରଫରାଜ ଖାନ୍ ନାମକ ଜଣେ ଛାତ୍ର ରିପୋର୍ଟର ହୋଇ ଅନ୍ୟ ପିଲାଙ୍କ ସହ କଥା ହେଉଛନ୍ତି ଏବଂ ସ୍କୁଲରେ ଥିବା ଅସୁବିଧା ପଚାରୁଥିବାର ନଜର ଆସିଛନ୍ତି । ପିଲାମାନେ କହୁଛନ୍ତି ଯେ ଏଠାରେ ଶିକ୍ଷକ ପିଲାଙ୍କୁ ପଠାଉନାହାଁନ୍ତି, ପାଣି ପିଇବା ପାଇଁ ବହୁତ ଦୂରକୁ ଯିବାକୁ ପଡ଼ୁଛି । ଏଠାରେ ଶୌଚାଳୟ ମଧ୍ୟ ନାହିଁ । ଏସବୁ ଦେଖାଇଥିଲେ ସରଫରାଜ । ସରଫରାଜ ପ୍ରଶ୍ନ କରିଛନ୍ତି ଯେ ଏହା କେମିତିକା ସ୍କୁଲ, କ’ଣ କରୁଛନ୍ତି ସରକାର? ଦେଖନ୍ତୁ ଭିଡିଓ…

ତେବେ ପିଲାଟି ଠିକ୍ ଭାବରେ ପଢ଼ିପାରୁନଥିବାରୁ ଏଭଳି ଭିଡିଓ କରିଥିବା ନେଇ କହିଛନ୍ତି । ସେ କହିଛନ୍ତି ଯେ ସ୍କୁଲରେ ଅନେକ ଅସୁବିଧା ଅଛି । ସରକାର ଏହା ଉପରେ ଧ୍ୟାନ ଦିଅନ୍ତୁ । ସରଫରାଜ ନିଜ ଚାରିଭାଇଙ୍କ ମଧ୍ୟରେ ଦ୍ୱିତୀୟ । ପିଲାବେଳୁ ବାପାଙ୍କ ମୃତ୍ୟୁ ହୋଇସାରିଥିବାବେଳେ ନିଜ ବିଧବା ମା’ଙ୍କ ସହ ରହୁଛନ୍ତି । ସେ ବଡ଼ ହୋଇ ସାମ୍ବାଦିକ ହେବାକୁ ଚାହୁଛନ୍ତି । କିନ୍ତୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏଭଳି ଭିଡିଓ କରିଥିଲେ ।

 

 

Get real time updates directly on you device, subscribe now.