ରାଜ୍ୟରେ କେବେ ହେବ ପୋଲିସ୍ SI ପରୀକ୍ଷା? ସରକାରଙ୍କ ନିଦ ଭାଙ୍ଗିବାକୁ ଆସନ୍ତା ୫ରେ ବଡ଼ ଆନ୍ଦୋଳନ ଡାକରା
Odisha news: ଆସନ୍ତା ୫ ରେ ବଡ଼ ଆନ୍ଦୋଳନ ଡାକରା
ନୂଆଦିଲ୍ଲୀ: ରାଜ୍ୟରେ ପୋଲିସ୍ SI ପରୀକ୍ଷା କେବେ? ପୋଲିସ ଏସଆଇ ପରୀକ୍ଷାରେ ବଡ଼ ଧରଣର ଜାଲିଆତି । ରାଜ୍ୟରେ ବିକ୍ରି ହେଉଛି ଚାକିରି। ଦୁର୍ନୀତିର ସୁରାଗ ମିଳିବା ପରେ ବି ସରକାର ଚୁପ କାହିଁକି?
କେବେ ମିଳିବ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଏଭଳି ଅନେକ ବିଷୟକୁ ସମସ୍ୟାକୁ ନେଇ ସ୍ଟୁଡେଣ୍ଟସ ଏଗେନେଷ୍ଟ କରପସନର ଲଗାତାର ସରକାରଙ୍କୁ ପ୍ରଶ୍ନ କରିଆସିଥିଲେ ମଧ୍ୟ କିଛି ସୁଫଳ ମିଳିନି ।
ନିଯୁକ୍ତି ଦୁର୍ନୀତି ଓ ଚାକିରୀ ବିକ୍ରିକୁ ପ୍ରସଙ୍ଗ କରି ସ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ ନେତୃତ୍ୱରେ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ମେଧାବୀ । ରାଜ୍ୟରେ ପୋଲିସ SI ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତଦନ୍ତ କରୁଛି CBI । ରାଜ୍ୟର ସବୁଠୁ ବଡ ଦୁର୍ନୀତି କୁହା ଯାଉଥିବା ପୋଲିସ SI ପରୀକ୍ଷା ଦୁର୍ନୀତିର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ହାତରୁ ନେଇ CBI କୁ ଦେଇଛନ୍ତି ରାଜ୍ୟ ସରକାର ।
ସେପଟେ ପରୀକ୍ଷା ତାରିଖ ଘୋଷଣା ହେଉ ନଥିବାରୁ ମେଧାବୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି ସ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ । CBI ତଦନ୍ତର ସ୍ଥିତି ଓ ପୋଲିସ୍ SI ପରୀକ୍ଷା ବିଷୟ ସରକାରଙ୍କୁ ମନେ ପକେଇବା ଉଦ୍ଦେଶ୍ୟରେ ଆନ୍ଦୋଳନ ଡାକରା ଦେଇଛନ୍ତି ସଂଗଠନ ଆବାହକ ବିଭୁତି ଭୂଷଣ ମହାପାତ୍ର ।
ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରିବାକୁ ଦାବି କରିବା ସହ ସରକାର SI ପରୀକ୍ଷା କଥା ଭୁଲି ଯାଇଥିବା କହିଛନ୍ତି ଶ୍ରୀ ମହାପାତ୍ର । ପରୀକ୍ଷା କଥା ମନେ ପକାଇବାକୁ ମେଧାବୀଙ୍କୁ ଗାନ୍ଧୀ ମାର୍ଗକୁ ଓହ୍ଲାଇବାକୁ ପଡିବ ବୋଲି ପରୋକ୍ଷରେ ଚେତାବନୀ ଦେବା ସହ ଆନ୍ଦୋଳନ ପାଇଁ ଆସନ୍ତା ୫ ତାରିଖ ଧାର୍ଯ୍ୟ କରିଛନ୍ତି।
ରାଜ୍ୟରେ ଚାକିରୀ ବିକ୍ରି ବନ୍ଦ କରିବା ପାଇଁ ହେଲେ SI ମାମଲାରେ CBI ଆମୂଳଚୂଳ ତଦନ୍ତ କରି ବଡବଡିଆ ଅଧିକାରୀଙ୍କୁ ବାନ୍ଧିବା ସହ ନିଯୁକ୍ତି ଦୁର୍ନୀତିର ମୁଳୋତ୍ପାଟନ ପାଇଁ ଦାବି କରିଛି ସଂଗଠନ । SI ପରୀକ୍ଷା ପୂର୍ବରୁ ଦୁଇ ଦୁଇ ଥର ବାତିଲ ହେବା ଓ ୨୦୨୪ମସିହା ବିଜ୍ଞପ୍ତି ର ୨୦୨୬ ରେ ପରୀକ୍ଷା ତାରିଖ ଘୋଷଣା ନ ହେଇ ପାରିବ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଥିବା କହିବା ସହ ଲକ୍ଷ ଲକ୍ଷ ମେଧାବୀଙ୍କ ମାନସିକ ସ୍ଥିତି ଓ ଭବିଷ୍ୟତ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦେଖିବା ବାକି ରହିଲା ଛାତ୍ରଛାତ୍ରୀଙ୍କୁ କେବେ ନ୍ୟାୟ ମିଳିବ ।
