fbpx

ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ତଥାପି ବିଶ୍ୱବିଦ୍ୟାଳୟରେ PhD ଓ MPhil ନାମଲେଖା ଶୂନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ପିଏଚଡି ଓ ଏମଫିଲ ବିଦ୍ୟାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗବେଷଣା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ କୌଣସି ସୁଫଳ ମିଳି ପାରୁନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର, ୟୁଜିସି ଓ ବିଶ୍ୱବ୍ୟାଙ୍କରୁ ଗବେଷଣା ପାଇଁ ପ୍ରଚୁର ଅର୍ଥ ମିଳୁଥିଲେ ହେଁ ସରକାରୀ ଶିକ୍ଷାନୁଷ୍ଠାନରେ ଗବେଷଣା ଆଗେଇ ପାରୁନି । ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟମାନଙ୍କରେ ପିଏଚଡି ଓ ଏମଫିଲ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି ।

ଜଣାପଡ଼ିଛି ଯେ, ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ସଂଖ୍ୟା ହ୍ରାସ ପାଇଛି । ଏପରିକି ଏହି ଦୁଇ ଶିକ୍ଷାବର୍ଷରେ ଜଣେ ହେଲେ ବି ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାକୁ ଆସିନାହାନ୍ତି । ୨୦୧୯-୨୦ରେ ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୭୯୬ ଜଣ ଏମଫିଲ ଓ ୪୭୭ ଜଣ ପିଏଚଡି ଛାତ୍ରଛାତ୍ରୀ ଥିଲେ । ୨୦୨୦-୨୧ରେ ୬୧୮ ଜଣ ଏମଫିଲ ଓ ୪୪୩ ଜଣ ପିଏଚଡିରେ ନାମ ଲେଖାଇଥିଲେ । ଦୁଇ ବର୍ଷ ମଧ୍ୟରେ କଳାହାଣ୍ଡି, ରାଜେନ୍ଦ୍ର, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ କେହି ବି ପିଏଚଡି କରିନାହାନ୍ତି। ୬ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ପିଏଚଡି ନାମଲେଖା ହୋଇନଥିବା ଜଣାପଡ଼ିଛି । ୨୦୨୦-୨୧ରେ ୭ଟି ବିଶ୍ୱବିଦ୍ୟାଳୟରେ କେହି ବି ପିଏଚଡି କରି ନଥିବାବେଳେ ଓ ୪ଟି ବିଶ୍ୱବିଦ୍ୟାଳୟରେ କେହି ବି ଏମଫିଲରେ ନାମଲେଖାଇ ନାହାନ୍ତି ।

Get real time updates directly on you device, subscribe now.