fbpx

ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୁ ଯୋଗୁଁ ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଭାବ ପଡିଛି । ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରୁନଥିବାରୁ ଘରେ ରହି ପାଠ ପଢୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏଁ ୟୁଟ୍ୟୁବ ଲାଇଭରେ ପାଠ ପଢ଼ିବେ ଛାତ୍ରଛାତ୍ରୀ ।

ତେବେ ସକାଳ ୯ଟାରୁ ୧୦ଟା ୩୦ ମଧ୍ୟରେ ୩ଟି ପିରିୟଡରେ ପିଲାମାନେ ପାଠ ପଢ଼ିବେ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଓଏସଇପିଏ । ପ୍ରଥମ ଫେଜରେ ୮ଟି ଜିଲ୍ଲାରେ ୟୁଟ୍ୟୁବ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ବଲାଙ୍ଗିର, କଟକ, କେନ୍ଦ୍ରାପଡା, ଗଞ୍ଜାମ, ପୁରୀ, ଢ଼େଙ୍କାନାଳ, ସୁନ୍ଦରଗଡ ଜିଲ୍ଲା ପାଇଁ ୟୁଟ୍ୟୁବ କ୍ଲାସ ହେବ । କେଉଁ ଜିଲ୍ଲାର ପିଲା କେଉଁ ଶ୍ରେଣୀ ପାଇଁ କ୍ଲାସ କରିବେ ତାହା ଧାର୍ଯ୍ୟ ହୋଇଛି ।

Get real time updates directly on you device, subscribe now.