fbpx

ଓସିଏସ୍ ମେନ୍ ପରୀକ୍ଷା ଘୁଞ୍ଜାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସିର୍ଭିସ୍ (ମେନ୍) ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି । ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଆଶାୟୀ ପରୀକ୍ଷାର୍ଥୀ । କରୋନା ସ୍ଥିତି ସ୍ୱାଭାବିକ ନହେବା ଯାଏଁ ପରୀକ୍ଷା ଘୁଞ୍ଚାଇବାକୁ ସେମାନେ ଅନୁରୋଧ କରିଛନ୍ତି । ଆସନ୍ତା ୨୦ରୁ ଫେବ୍ରୁଆରୀ ୮ ତାରିଖ ଯାଏଁ ମେନ୍ ପରୀକ୍ଷା ଅଛି ।

ତେବେ ରାଜ୍ୟରେ କରୋନା ଏବେ ମାଡ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଓସିଏସ ମେନ୍ ପରୀକ୍ଷା କିଭଳି ଦେବେ, ସେନେଇ ଚିନ୍ତାରେ ପଡିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଓସିଏସ୍ ମେନରେ ୪,୭୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟର ୫ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଫେବ୍ରୁଆରୀ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ମଙ୍ଗଳବାର ଓପିଏସସି ଆଡମିଟ୍ କାର୍ଡ ମଧ୍ୟ ଦେଇସାରିଛି । ଅଧିକାଂଶ ପିଲା ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଚାହିଁଛନ୍ତି ।

Get real time updates directly on you device, subscribe now.