fbpx

୫୦ ଗାଁକୁ ମାଡ଼ିଗଲା ସୁବର୍ଣ୍ଣରେଖା ନଦୀ ଜଳ, ପ୍ରବଳ ବର୍ଷା ପ୍ରଭାବ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଉପର ମୁଣ୍ଡରେ ବର୍ଷା, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଏଭଳି ସ୍ଥିତି ଉପୁଜିଛି ବାଲେଶ୍ୱର ଜିଲ୍ଲାରେ । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ପ୍ରବଳ ପାଣି ମାଡ଼ି ଯାଇଥିଲା । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଜଳେଶ୍ୱର ରାଜଘାଟ କେନ୍ଦ୍ରୀୟ ଜଳୀୟ ବିଭାଗଠାରେ ଜଳ ସ୍ତର ବିପଦ ସଂକେତ ୧୦.୩୬ ମିଟର ରହିଥିଲା । ଦୁଇଦିନ ଦିନ ତଳେ ଚାଣ୍ଡିନି ବ୍ୟାରେଜ ୧୦ଟି ଗେଟ ଖୋଲାଯାଇ ୨ ମିଟର ପାଣି ଛଡ଼ା ଯାଇଥିଲା ବେଳେ ଗାଡୁଲୀ ବ୍ୟାରେଜରେ ଗୋଟିଏ ଗେଟ ଖୋଲି ୩ ମିଟର ପାଣି ଛଡ଼ା ଯାଇଛି । ସୋମବାର ସକାଳ ୭ଟା ବେଳକୁ ଜଳେଶ୍ୱର ରାଜଘାଟଠାରେ ସୁବର୍ଣ୍ଣ ରେଖା ନଦୀର ପାଣି ୧୦.୪୨ ଉପରେ ପ୍ରଭାବିତ ହେଉଥିଲା । ସେହିପରି ତଳିଆ ଅଞ୍ଚଳ ବାଳିଆପାଳ ଓ ଭୋଗରାଇ ବ୍ଲକର ୫୦ରୁ ଅଧିକ ଗାଁ ସମେତ ଚାଷ ଜମିରେ ପାଣି ମାଡ଼ି ଯାଇଥିଲା । ଏପରିକି ରାସ୍ତା ଉପରେ ପାଣି ଚାଲୁଥିବାରୁ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଏନେଇ କଡ଼ା ନଜର ରଖାଯାଇଛି ବୋଲି ରାଜଘାଟ ସୁପରଭାଇଜର୍ ପୀୟୁଷ ନନ୍ଦୀ କହିଛନ୍ତି ।

Get real time updates directly on you device, subscribe now.