fbpx

ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ଦିଅନ୍ତୁ ସ୍ୱତନ୍ତ୍ର ଧ୍ୟାନ: ବାଗଚୀ

ଭୁବନେଶ୍ୱର, ୨୪ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ୩ଟି କଥା ଉପରେ ଆମକୁ ଗୁରୁତ୍ୱ ଦେବାକୁ ହେବ । ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୧୦ପ୍ରତିଶତ ବୟସ୍କ ନାଗରିକ । ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । ଶିଶୁମାନଙ୍କ ସୁରକ୍ଷା ନେଇ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ । ଜୋର ଦେଇ ଏହା କହିପାରିବାନି ଯେ ରାଜ୍ୟର ଶିଶୁମାନେ କରୋନା ଆଶଙ୍କାରୁ ମୁକ୍ତି ଅଛନ୍ତି । କ୍ୱାରେଣ୍ଟିନ୍ ମାନୁନଥିବା ବ୍ୟକ୍ତି ବୟସ୍କ ଓ ଶିଶୁଙ୍କ ପାଇଁ ବିପଦ ଆଣୁଛନ୍ତି । ବିବେକହୀନ ଭାବେ ଆମ୍ବୁଲାନ୍ସର ବ୍ୟବହାର କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୩୩ଟି ଭୋଭିଡ଼ ହସ୍ପିଟାଲ କାର୍ଯ୍ୟ କରୁଛି । ମେ ୩ପରେ ରଥଯାତ୍ରା ନେଇ ନିଷ୍ପତ୍ତି ହେବ ବୋଲି ଗଜପତି କହିଛନ୍ତି ।
ବିଶ୍ୱରେ ଏପର୍ଯ୍ୟନ୍ତ ୨୭ଲକ୍ଷ ୩୪ହଜାର ୧୦୨ଜଣ କରୋନା ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୯୧ହଜାର ୮୯ଜଣ କରୋନାରେ ମୃତ୍ୟୁବରଣ କରିସାରିଲେଣି । ଏହି କରୋନାରେ ଦେଶରେ ମଧ୍ୟ ୭୧୮ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଜି ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାସାଙ୍ଗକୁ ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି । ଏହାସହ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟାର ୧୨ପ୍ରତିଶତ ଆକ୍ରାନ୍ତ ୬୦ବର୍ଷର ଅଧିକ ବୟସ୍କ ବ୍ୟକ୍ତି । ସେହିପରି ମୋଟ୍ ପଜିଟିଭ୍ ସଂଖ୍ୟାର ୪୭% ଆକ୍ରାନ୍ତ ୧୫ରୁ ୪୦ବର୍ଷ, ୧୧% ଆକ୍ରାନ୍ତ ୦-୧୪ ବର୍ଷ, ୩୦% ଆକ୍ରାନ୍ତ ୪୧-୬୦ ବର୍ଷ ବୟସ ଭିତରେ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.