ଡାକ୍ତରଙ୍କୁ ଭୁଲ ପ୍ରମାଣିତ କରିଦେଲେ ହ୍ରିତିକ ରୋସନ; ସଫଳତାର କାହାଣୀ ଶୁଣିଲେ ଆପଣ ବି ସାଲୁଟ କରିବେ…
ବଦଲା ନେଲେ ହ୍ରିତିକ୍!
ଓଡିଶା ଭାସ୍କର: “କହୋ ନା ପ୍ଯାର ହେ” ଚଳଚ୍ଚିତ୍ରର ନାୟକ ବର୍ତ୍ତମାନ 52 ବର୍ଷ ବୟସରେ ପାଦ ଥାପିଛନ୍ତି। ଆଉ ଏହି ଅବସରରେ ପୁଣି ଥରେ ତାଙ୍କ ସଫଳତାର କାହାଣୀ ସମସ୍ତଙ୍କୁ ଉତ୍ସାହିତ କରିଛି।
କିପରି ସେ ନିଜ କ୍ଯାରିଅର ଆରମ୍ଭରୁ ଏକ ଅସମ୍ଭବ କାମ କରିଥିଲେ, ଆଉ ଯେଉଁଥି ପାଇଁ ଆଜି ସେ ଜଣେ ସଫଳ ଅଭିନେତା ଭାବେର ଖ୍ଯାତି ଅର୍ଜନ କରିଛନ୍ତି। କିନ୍ତୁ ଆପଣ ହୁଏତ ଜାଣି ନଥିବେ ଯେ ତାଙ୍କୁ ଡାକ୍ତର କହିଥିଲେ ଯେ ସେ ନାଚିପାରିବେ ନାହିଁ ତାଙ୍କ ପକ୍ଷେ ଚାଲିବା ମଧ୍ୟ ଏବେ ପ୍ରାୟ ଅସମ୍ଭବ ହୋଇପାରେ ବୋଲି କୁହାଯାଉଥିଲା। ମାତ୍ର କଥାରେ ଅଛି ଇଚ୍ଛା ଥିଲେ ସବୁକିଛି ସମ୍ଭବ, ଆଉ ଏହି ଉକ୍ତିକୁ ସେ ପ୍ରମାଣିତ କରିଥିଲେ।
ରାକେଶ ରୋଶନ ନିକଟରେ କହିଥିଲେ କି ହ୍ରିତିକ୍ଙ୍କ ମେରୁଦଣ୍ଡ ସମସ୍ୟା ଯୋଗୁଁ ଡାକ୍ତରମାନେ କହିଥିଲେ ଯେ ଅଭିନେତା ନାଚି ପାରିବେ ନାହିଁ। ଏଣୁ ତାଙ୍କର ଅଭିନେତା ହେବାର ଆଶା ପୁରା ଫିକା ପଡିଯିବ ବୋଲି ସମସ୍ତେ ଭାବୁଥିଲେ।
ଏକ ଟିଭି ଶୋ’ରେ ସାକ୍ଷାତକାରରେ ନିର୍ଦ୍ଦେଶକ କହିଛନ୍ତି ଯେ, ସେ ଅତ୍ୟନ୍ତ ପତଳା ଥିଲେ, ଡାକ୍ତରମାନେ କହିଥିଲେ, ସେ କେବେ ବି ନାଚି ପାରିବେ ନାହିଁ କିମ୍ବା ସେ କେବେ ବି ଅଭିନୟ କରିପାରିବେ ନାହିଁ।
ମାତ୍ର ହ୍ରିତିକ ଡାକ୍ତରଙ୍କୁ ଭୁଲ ପ୍ରମାଣିତ କରିଥିଲେ। ଯେଉଁଥି ପାଇଁ ସେ ଜଣେ ସଫଳ ଅଭିନେତା ହୋଇ ପାରିଛନ୍ତି। ସେହି ସମୟରେ ତାଙ୍କର ଧୌର୍ଯ୍ଯ ଓ ଶକ୍ତିକୁ ମାନିବାକୁ ପଡିବ ବୋଲି ଡାକ୍ତର କହିଥିଲେ। ସେ ଦୈନିକ ସ୍ବାସ୍ଥ୍ଯର ଯତ୍ନ ନେବା ସହ ବ୍ଯାୟାମ କରୁଥିଲେ ଓ ନିଜର ଇଚ୍ଛା ପୂରଣ ପାଇଁ ଶତପ୍ରତିଶତ ଚେଷ୍ଟା କରୁଥିଲେ ବୋଲି ତାଙ୍କ ପିତା କହିଥିଲେ।
