fbpx

ସମିତି ସଭ୍ୟ ପ୍ରାର୍ଥିନୀଙ୍କର ଆକସ୍ମିକ ପରଲୋକ

ଖଡ଼ିଆଳ(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନାମାଙ୍କନ ପତ୍ର ଦାଖଲ ହୋଇସାରିଥିବା ବେଳେ କରୋନାକୁ ନେଇ ଲାଗିଛି ଅନେକ କଟକଣା । ଏହାରି ମଧ୍ୟରେ ଜଣେ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଆକସ୍ମିକ  ଭାବେ ପରଲୋକ ଘଟିଛି । ସେ ହେଉଛନ୍ତି ଖଡ଼ିଆଳ ବ୍ଲକ ଅରେଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ଚନ୍ଦ୍ରମଣି ଶବର । ହଠାତ୍ ଅସୁସ୍ଥ ଅନୁଭବ କରିବାରୁ କାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚନ୍ଦ୍ରମଣିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.