fbpx

ସୁହାନାଙ୍କ ଜିମ୍ ଲୁକ୍, ଯୋଗ କରିବା ପରେ ପରେ ସେଆର୍ କଲେ ଫଟୋ 

ଓଡ଼ିଶା ଭାସ୍କର ବ୍ୟୁରୋ: ଶାହରୁଖ ଖାନଙ୍କ ଗେହ୍ଲୀ ଝିଅ ଏବେ ସୋସିଆଲ୍ ମିଡିଆରେ ପୂରା ପପୁଲାର୍ । କିଙ୍ଗ ଖାନଙ୍କ ଲଳନା ବଲିଉଡ୍ରେ ଭଲ ଭାବେ ଏଣ୍ଟ୍ରି କରିନାହାନ୍ତି କିନ୍ତୁ ତାଙ୍କର ପ୍ରଶଂସକ ସଂଖ୍ୟା ଖୁବ୍ ଅଧିକ ।

 

View this post on Instagram

 

A post shared by Suhana Khan (@suhanakhan2)

୨୧ ତାରିଖ ଯୋଗ ଦିବସ ପରେ ପରେ ସୁହାନା ତାଙ୍କର କେତେକ ଫଟୋ ସେଆର୍ କରିଛନ୍ତି । ଯେଉଁଥିରେ ରହିଛି କିଛି ସେଲଫି ଓ ମିରର୍ ସେଲଫି । ଫଟୋ ଗୁଡ଼ିକ ସମ୍ପ୍ରତି ସୋସିଆଲ୍ ମିଡିଆରେ ନିଆଁ ଲଗାଇ ଦେଇଛି!

 

View this post on Instagram

 

A post shared by Suhana Khan (@suhanakhan2)

ଅନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ଅବସରରେ ସୁହାନା ଜିମ୍ ଫଟୋ କିଛି ମଧ୍ୟ ସେଆର୍ କରିଛନ୍ତି । ସବୁଥିରେ ସେ ଦେଖାଯାଉଛନ୍ତି ସମ୍ପୂର୍ଣ୍ଣ ନିଆରା ଆଉ ସୁନ୍ଦରୀ । ନ୍ୟୁୟର୍କ ୟୁନିର୍ଭସିଟିରେ ଅଭିନୟ ପାଠ୍ୟକ୍ରମ କରୁଥିବା ସୁହାନା ଇଂଲଣ୍ଡର ଏକ କଲେଜରୁ ଗ୍ରାଜୁଏଟ୍ ପାସ୍ କରିଥିଲେ । ଇତିମଧ୍ୟରେ ସେ ଅନେକ ନାଟକ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି । ଖୁବଶୀଘ୍ର ସେ ବଡ଼ ପରଦାକୁ ଆସିବେ ବୋଲି କୁହାଯାଉଛି କିନ୍ତୁ ଏ ପର୍ଯ୍ୟନ୍ତ ସେମିତି କିଛି ଘୋଷଣା ହୋଇନି ।

Get real time updates directly on you device, subscribe now.