fbpx

ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲେ ସୁମିତ ଆଣ୍ଟିଲ; ସୃଷ୍ଟି କଲେ ନୂଆ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଟୋକିଓ ପରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସ୍ୱର୍ଣ୍ଣିମ ଯାତ୍ରା ଅବ୍ୟାହତ ରହିଛି । ଭାରତୀୟ ଖେଳାଳି ମାନେ ଗୋଟିଏ ଦିନରେ ଦୁଇଟି ସ୍ୱର୍ଣ୍ଣପଦକ ବିଜୟୀ ହେବା ସହିତ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଏଫ୍ -୬୪ ବର୍ଗରେ ଭାରତର ସୁମିତ ଆଣ୍ଟିଲ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଭାରତୀୟ ପଦକ ସଖ୍ୟା ୭ରେ ପହଞ୍ଚାଇଛନ୍ତି ।

ରେସଲରରୁ ଜାଭେଲିନ ଥ୍ରୋୟର ପାଲଟିଥିବା ସୁମିତ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ୬୮.୦୮ ମିଟର ଦୂରକୁ ଜାଭେଲିନ ଫିଙ୍ଗିବା ସହିତ ସୁମିତ ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ସୁମିତଙ୍କ ବର୍ଗରେ ଅଷ୍ଟ୍ରେଲିଆର ମାଇକେଲ ବୁରିଆନ ୬୬.୨୯ ମିଟର ଦୂରତା ସହିତ ରୌପ୍ୟ ପଦକ ଏବଂ ଶ୍ରୀଲଙ୍କାର ଦୁଲାନ କୋଡିଥ୍ୱାକ୍କୁ ୬୫.୬୧ ମିଟର ଦୂରତା ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Get real time updates directly on you device, subscribe now.