fbpx

Sumo Wrestler ଖାଆନ୍ତି କ’ଣ: କେତେ ଘଣ୍ଟା ବ୍ୟାୟାମ କରନ୍ତି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପୁରୁଷ ହୁଅନ୍ତୁ କି ମହିଳା ଜଣଙ୍କର ଖାଦ୍ୟ କେତେ କେତେ ତାହା ଆପଣମାନେ ସହଜରେ ଅନୁମାନ କରିପାରିବେ । ତେବେ ଆପଣମାନେ କେବେ ଭାବିଛନ୍ତି ସୁମୋ କୁସ୍ତିଯୋଦ୍ଧାଙ୍କ ଡାଏଟ୍ ବିଷୟରେ । ଏହି ସୁମୋ ରେସଲର ଜାପାନରେ ବହୁତ ପ୍ରସିଦ୍ଧ ଅଟନ୍ତି । ସେମାନଙ୍କର ଓଜନ ବହୁତ ଅଧିକ ହେବା ସହିତ ସେମାନେ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ସେବନ କରିଥାନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ସେମାନେ ଏତେ ମୋଟା ହେବା ପରେ ବି ସେମାନଙ୍କଠାରେ ମୋଟାପାର ସାମାନ୍ୟ ଲକ୍ଷଣ ଦେଖାଯାଏ ନାହିଁ ।

ସୁମୋ ଫାଇଟିଂ ଜାପାନର ନମ୍ବର ଓମ୍ବରୱାନ ଖେଳ ହୋଇଥାଏ । ଏହି ଫାଇଟର ରେସଲରଙ୍କ ଓଜନ ୧୫୦ରୁ ୩୦୦ କେଜି ପର୍ଯ୍ୟନ୍ତ ହୋଇଥାଏ । ସାଧାରଣ ଭାବେ ମୋଟାପା ରୋଗରେ ଶିକାର ହେଉଥିବା ଲୋକାମାନେ ହାଇ ବ୍ଲଡ୍ ପ୍ରେସର, ଟାଇପ ୨ ଡାଇବେଟିସ ଓ ହାର୍ଟ ଆଟାକ ସହ ସଂଘର୍ଷ କରୁଥାନ୍ତି । ମାତ୍ର ସୁମୋ ପହଲବାନମାନେ ଏସବୁରୁ ଦୂରରେ ରହିଥାନ୍ତି । ସେମାନେ ମୋଟାପା ଶ୍ରେଣୀରେ ଅସନ୍ତି ନାହିଁ ।

ସୁମୋ ପହଲବାନଙ୍କ ଟ୍ରେନିଂ ଓ ଡାଏଟ୍ ଏତେ କଠୋର ହୋଇଥାଏ ଯେ ଏହାର ଧ୍ୟାନ ଛୋଟ ବୟସରୁ ରଖାଯାଇଥାଏ । ବର୍ଷ ବର୍ଷ ଧରି ସଂଘର୍ଷ ପରେ ସେମାନେ ସୁମୋ ରେସଲର ଭାବେ ପରିଗଣିତ ହେବାରେ ସକ୍ଷମ ହୋଇଥାନ୍ତି । ସେମାନେ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିଥାନ୍ତି । ସେମାନେ ଟ୍ରେନିଂ ସେଣ୍ଟରରେ ସକାଳ ୫ଟାରୁ ଆରମ୍ଭ କରି ୫ ଘଣ୍ଟା ପର୍ଯ୍ୟନ୍ତ ୱାର୍କ ଆଉଟ୍ କରିଥାନ୍ତି ।

ସୁମୋ ପହଲବାନମାନେ ଗୋଟିଏ ଦିନରେ ୨ ଥର ଖାଦ୍ୟ ଗ୍ରହଣ କରିଥାନ୍ତି । ଜଣେ ସୁମୋ ରେସଲରଙ୍କ ଖାଦ୍ୟ ଚାରିଜଣଙ୍କ ଖାଦ୍ୟ ସହ ସମାନ । ଅର୍ଥାତ ସେହି ଖାଦ୍ୟକୁ ଗୋଟିଏ ଛୋଟ ପରିବାରର ସମସ୍ତ ସଦସ୍ୟ ସହଜରେ ଖାଇ ପାରିବେ । ଅନ୍ୟ ଆଥଲେଟମାନେ ହାଇ ପ୍ରୋଟିନଯୁକ୍ତ ଖାଦ୍ୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ସୁମୋ ରେସଲରମାନେ ଏପରି କରନ୍ତି ସେମାନେ । ସେମାନେ ସର୍ବଦା ହେଲଦି ଡାଏଟ ଓ ରେସଲିଂ ଅଭ୍ୟାସ ଉପରେ ଧ୍ୟାନ ଦେଇଥାନ୍ତି । ସେମାନେ ଓଜନ ବୃଦ୍ଧିକାରୀ ଅଧିକ ଖାଦ୍ୟ ସେବନ କରିଥାନ୍ତି । ସେମାନେ ସବଜି, ଚିକେନ, ମାଛକୁ ମିଶ୍ରଣ କରି ପ୍ରସ୍ତୁତ ହେଉଥିବା ଏକ ଖାଦ୍ୟ ଶୋରବା, ଚାଉଳ, ନୁଡଲ୍ସ ଖାଇଥାନ୍ତି ।

Get real time updates directly on you device, subscribe now.