fbpx

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପାଇଁ ଗାଭାସ୍କରଙ୍କ ଚୂଡାନ୍ତ ଏକାଦଶ, ଇଶାନ୍ତ-ସିରାଜ କାହାକୁ ମିଳିବ ସ୍ଥାନ ?

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍ ଆରମ୍ଭ  ହେବାକୁ ଆଇ କେଇ ଘଣ୍ଟା ବାକି ରହିଛି। ସାଉଥମ୍ପଟନରେ ହେବାକୁ ଥିବା ଏହି ଐତିହାସିକ ମୁକାବିଲା ପାଇଁ ଭାରତର ଚୂଡାନ୍ତ ଏକାଦଶ କେମିତି ହେବା ଉଚିତ୍ ତାକୁ ନେଇ ଅନେକ କ୍ରିକେଟ୍ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ରାୟ ରହିଛି। ଏହା ମଧ୍ୟରେ ମହାନ କ୍ରିକେଟର ସୁନିଲ ଗାଭାସ୍କର ଫାଇନାଲ୍ ମୁକାବିଲା ପାଇଁ ନିଜର ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି।

ଗାଭାସ୍କର ଆଶା ପ୍ରକାଶ କରିଛନ୍ତି ଯେ, ଭାରତୀୟ ଦଳ ଫାଇନାଲ୍ ମୁକାବିଲା ଜିତିବ। ଭାରତର ବ୍ୟାଟିଂ କ୍ରମ ବହୁତ ମଜବୁତ ରହିଛି ଏବଂ ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁହଁତୋଡ ଜବାବ ମିଳିବ। ଦ୍ରୁତ ବୋଲିଂ ବାହିନୀ ମଧ୍ୟ ଫର୍ମରେ ଅଛନ୍ତି। ସୁନିଲ ଗାଭାସ୍କର ନିଜର ଚୂଡାନ୍ତ ଏକାଦଶରେ ତିନି ଦ୍ରୁତ ବୋଲର, ଦୁଇ ସ୍ପିନର, ୫ ବ୍ୟାଟସମ୍ୟାନ ଓ ଏକ ଓ୍ଵିକେଟ୍ କିପରଙ୍କୁ ରଖିଛନ୍ତି। ଏଥିରେ ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର  ଜାଡେଜା, ଆର ଅଶ୍ଵିନ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ସାମିଲ।

ଗାଭାସ୍କର କହିଛନ୍ତି, ଅଶ୍ଵିନ ଓ ଜାଡେଜା ନମ୍ବର ୭ ଓ ୮ରେ ବ୍ୟାଟିଂ କଲେ ଦଳର ବ୍ୟାଟିଂ ଆହୁରି ମଜବୁତ ହେବ। ମ୍ୟାଚ୍ ଜିତିବାକୁ   ହେଲେ ପ୍ରଥମ ଇନିଂସରେ ୩୫୦ ରନ କରିବାକୁ ପଡିବ। ଏହାର ଅର୍ଥ ୩ ରୁ ୪ ସେସନ ଖେଳିବାକୁ ପଡିବ ଏବଂ ବ୍ୟାଟସମ୍ୟାନଙ୍କୁ ସମୟ ବିତାଇବାକୁ ପଡିବ ବୋଲି ଗାଭାସ୍କର କହିଛନ୍ତି। ଫାଇନାଲ୍ ପୂର୍ବରୁ ଗାଭାସ୍କର ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି। ଧୈର୍ଯ୍ୟର ସହ ହୃଦୟରୁ ଖେଳିବାକୁ ସେ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.