fbpx

ଜାମ୍ମୁ ଏକ୍ସପ୍ରେସ୍ ଉମ୍ରାନ ମଲ୍ଲିକଙ୍କ ବୋଲିଂ ଆଗରେ ଫିକା ପଡ଼ିଲା ଟିମ୍ ଡେଭିଡଙ୍କ ଦୁର୍ଦ୍ଦଶ ବ୍ୟାଟିଂ, ହାଇଦ୍ରାବାଦର ପ୍ଲେଅଫ୍ ଆଶା ଉଜ୍ଜିବିତ

ମୁମ୍ବାଇ: ଆଇପିଏଲର ୨୦୨୨ର ୬୫ତମ ମୁକାବିଲାରେ ହାଇଦ୍ରାବାଦ୍ ରୋମାଞ୍ଚକର ବିଜୟ ହାସଲ କରିଛି । ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ୍ ମୁମ୍ବାଇକୁ ୩ ରନ୍ ରେ ପରାସ୍ତ କରିଛି । ଏହି ରୋମାଞ୍ଚକର ମ୍ୟାଚ୍ ରେ ହାଇଦ୍ରାବାଦ୍ ର ଭୁବନେଶ୍ୱର କୁମାର ଏବଂ ଉମ୍ରାନ୍ ମଲ୍ଲିକଙ୍କ ଜବଦସ୍ତ ବୋଲିଂ କରି ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଙ୍କୁ ବିଜୟ ହାସଲ କରିବାରୁ ରୋକିଥିଲେ । ଲଗାତାର ପାଞ୍ଚ ମୁକାବିଲାରେ ପରାଜୟ ପରେ ଷଷ୍ଠ ବିଜୟ ସହ ହାଇଦ୍ରାବାଦ୍ ପ୍ଲେଅଫ୍ ଆଶା ଉଜ୍ଜିବିତ ରଖିଛି ।

ସନରାଇଜର୍ସ ହାଇଦ୍ରାବାଦ୍ ଧାର୍ଯ୍ୟ କରିଥିବା ୧୯୪ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଆରମ୍ଭରୁ ଭଲ ଆରମ୍ଭ କରିଥିଲା । ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶାନ ମିଶି ପ୍ରଥମ ୱିକେଟ୍ ରେ ୬୪ ବଲ୍ ରୁ ୯୫ ରନ୍ ସଂଗ୍ରହ କରିଥିଲେ । ତେବେ ଦୁହେଁ ନିଜର ଅର୍ଦ୍ଧଶତକ ପୁରଣ କରିପାରି ନଥିଲେ । ରୋହିତଙ୍କୁ ୱାସିଙ୍ଗଟନ୍ ସୁନ୍ଦର ଏବଂ ଇଶାନଙ୍କୁ ଉମ୍ରାନ୍ ମଲ୍ଲିକ ଆଉଟ୍ କରିଥିଲେ । ଏହା ପରେ ଡାନିଏଲ ସାମ୍ସ ଏବଂ ତିଳକ ବର୍ମା ଦୁହେଁ ଖୁବ୍ ଶୀଘ୍ର ପ୍ୟାଭିଲିୟନ ଫେରିଯାଇଥିଲେ । ଦୁହିଁଙ୍କୁ ଉମ୍ରାନ୍ ଗୋଟିଏ ଓଭରରେ ବିଦା କରି ଦେଇଥିଲେ ।

ଏହା ପରେ ନଟରାଜନଙ୍କ ୧୮ତମ ଓଭରରେ ଟିମ୍ ଡେଭିଡ୍ ଧୁଆଁଧାର ବ୍ୟାଟିଂ କରି ୨୬ ରନ୍ ସଂଗ୍ରହ କରିଥିଲେ । ମୁମ୍ବାଇକୁ ସେ ବିଜୟ ଆଡ଼କୁ ନେଇଯାଉଥିବା ବେଳେ ୧୮ ବଲ୍ ରେ ସେ ୪୬ ରନ୍ କରି ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ । ଭୁବନେଶ୍ୱର କୁମାର ୧୯ତମ ଓଭର ବିନା କୌଣସି ରନ୍ ବ୍ୟୟ କରି ସାରି ଦେଇଥିଲେ । ଶେଷ ଓଭରରେ ମୁମ୍ବାଇକୁ ୧୯ ରନ୍ ଆବଶ୍ୟକ ଥିବା ବେଳେ ରମଣଦୀପ ଏବଂ ବୁମ୍ରା ୧୫ ରନ୍ ସଂଗ୍ରହ କରିପାରିଥିଲେ ।

Get real time updates directly on you device, subscribe now.