fbpx

ମନ ଜିତିଲେ ସୁପରଷ୍ଟାର ଅଲୁ ଅର୍ଜୁନ: କୋଟି କୋଟି ଟଙ୍କାର ବିଜ୍ଞାପନକୁ କରିଲେ ମନା

ମୁମ୍ବାଇ: ପୁଷ୍ପା ଚଳଚିତ୍ର ପରେ ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ । ଏଥର କିନ୍ତୁ ସିନେମାର ନାୟକ ହିସାବରେ ନୁହେଁ ବରଂ ବାସ୍ତବ ଜୀବନରେ ଫ୍ୟାନ୍ସମାନଙ୍କ ମନ ଜିତିଛନ୍ତି ଏହି ହ୍ୟାଣ୍ଡସମ୍ ହଙ୍କ । ସୁପରଷ୍ଟାର ଅଲୁ ଅର୍ଜୁନ ନିକଟରେ ଏକ ମଦ କମ୍ପାନୀକୁ ବିଜ୍ଞାପନ କରିବାକୁ ମନା କରିଛନ୍ତି । ଯାହାଫଳରେ ତାଙ୍କର ଏହି ନିଷ୍ପତିକୁ ଫ୍ୟାନ୍ସମାନେ ଖୁବ୍ ପ୍ରଶଂସା କରିଛନ୍ତି ।

ପୂର୍ବରୁ ସୁପରଷ୍ଟାର ଅଲୁ ଅର୍ଜୁନକୁ ତମ୍ବାକୁର ବିଜ୍ଞାପନ କରିବାକୁ ମୋଟା ଅଙ୍କର ଟଙ୍କା ମିଳିଥିବା ବେଳେ ସେ ଏହି ବିଜ୍ଞାପନ କରିବାକୁ ସିଧା ସଳଖ ମନା କରିଥିଲେ । ତେବେ ବର୍ତ୍ତମାନ ପୁଣି ଏକ ମଦ କମ୍ପାନୀର ବିଜ୍ଞାପନ ପାଇଁ ତାଙ୍କୁ କୋଟି କୋଟି ଟଙ୍କା ମିଳିଥିବା ବେଳେ ଏହାକୁ ସେ ମନା କରିଛନ୍ତି । ଏହି ଖବର ସୋସିଆଲ ମିଡିଆ ୟୁର୍ଜସମାନେ ଜାଣିବା ପରେ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଅଲୁ ଅର୍ଜୁନ ଏହି ମଦ ବିଜ୍ଞାପନ କରିବାକୁ ମନା କରିବା ପରେ ଏହାକୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଟ୍ରାକର ଏମ୍ ବିଜୟବାଲାନ୍ ଟ୍ୱିଟ କରିଥିଲେ । ସେ ଟ୍ୱିଟରେ ଲେଖିଥିଲେ ଯେ ମଦ ବିଜ୍ଞାପନ କରିବାକୁ ଅଲୁ ଅର୍ଜୁନଙ୍କୁ ୧୦ କୋଟି ଟଙ୍କା ଅଫର ମିଳିଥିବା ବେଳେ ସେ ଏହାକୁ ମନା କରିଦେଛନ୍ତି । ତେବେ ଅନ୍ୟମାନେ ତାଙ୍କୁ ଅନୁସରଣ କରିବା ଆବଶ୍ୟକ । ଏଥି ସହିତ ଏମ୍ ବିଜୟବାଲାନ୍ ଟ୍ୱିଟରେ ଏହା ମଧ୍ୟ ଲେଖିଥିଲେ ଯେ ଅଲୁ ଅର୍ଜୁନ ଏବେ ବ୍ରାଣ୍ଡ ପ୍ରମୋସନ ପାଇଁ ୭.୫ କୋଟି ଟଙ୍କା ନେଉଛନ୍ତି । ତେବେ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଏହି ନିଷ୍ପତି ପରେ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.