fbpx

ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ ସେଣ୍ଟର ପାଇଁ ଦାନ କଲେ ୨କୋଟି ଟଙ୍କା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ-କେୟାର ସେଣ୍ଟର ପାଇଁ ୨କୋଟି ଟଙ୍କା ଦାନ କରିଛନ୍ତି । ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ସୋମବାର ଦିନ ଖୋଲିବାକୁ ଥିବା କୋଭିଡ-କେୟାର ସେଣ୍ଟର ପାଇଁ ଏହି ଟଙ୍କା ‘ବିଗ ବି’ ଦାନ କରିଛନ୍ତି। ଏନେଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମନଜିନ୍ଦର ସିଂ ସିରସା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏଥିରେ ସେ ଲେଖିଛନ୍ତି ଯେ, “ଶିଖମାନେ କିମ୍ବଦନ୍ତୀ, ସେମାନଙ୍କ ସେବାକୁ ନମସ୍କାର”। ଅମିତାଭ ବଚ୍ଚନ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ୨କୋଟି ଟଙ୍କା ଦାନ କରି ଏଭଳି କହିଥିବା ନେଇ ଜଣାଇଛନ୍ତି ଅକାଲୀ ଦଳର ଜାତୀୟ ମୁଖପାତ୍ର ଶ୍ରୀ ସିରସା। ଦିଲ୍ଲୀରେ ଅମ୍ଳଜାନର ଅଭାବ ଥିବା ବେଳେ ଅମିତାଭଜୀ ପ୍ରାୟ ସବୁଦିନ ମୋତେ କଲ କରି କୋଭିଡ-କେୟାର ସେଣ୍ଟର ତିଆରି କାମ କେତେ ବାଟ ଗଲା ବୋଲି ପଚାରୁଥିବା କହିଛନ୍ତି ଶ୍ରୀ ସିରସା ।

ମିଳିଥିବା ସୂଚନା ଅନୁସାରେ , ରକବ ଗଞ୍ଜ ଗୁରୁଦ୍ୱାରରେ ଏକ କୋଭିଡ-କେୟାର ସେଣ୍ଟର ସୋମବାର ଖୋଲାଯିବ । ଏଥିରେ ୩୦୦ ଟି ବେଡ଼, ଅମ୍ଳଜାନ କନସେନଟ୍ରେଟର, ଡାକ୍ତର, ପାରାମେଡିକ୍ ଏବଂ ଆମ୍ବୁଲାନ୍ସ ଇତ୍ୟାଦି ରହିବ।

Get real time updates directly on you device, subscribe now.