fbpx

‘ଏଠି ଜନତା ହେଉଛନ୍ତି ମାଲିକ, ଆମେ କାହାକୁ ଚେତାବନୀ ଦେବା ପୂର୍ବରୁ ଭାବିବା ଆବଶ୍ୟକ’ ସୁପ୍ରିମକୋର୍ଟ ଉପରେ ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ:ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷରୁ ବିଭିନ୍ନ ବିବୃତ୍ତିକୁ ନେଇର ମତଭେଦ ଦେଖାଯାଉଛି। ଏହି ସମୟରେ ସୁପ୍ରିମକୋର୍ଟଙ୍କ ସମ୍ପର୍କରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ପୁଣି ଥରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଖୋଲାଖୋଲି ଭାବେ କହିଛନ୍ତି ଯେ କେହି କାହାକୁ ଚେତାବନୀ ଦେଇ ପାରିବେ ନାହିଁ ଏବଂ କେବଳ ସମ୍ବିଧାନ ଅନୁଯାୟୀ ସବୁକିଛି କାମ ହେବ । ଏହି ଜନତା ହେଉଛନ୍ତି ଭଗବାନ । ପ୍ରୟାଗରେ ଏକ କାର୍ଯ୍ୟକ୍ରମ ସମୟରେ ରିଜିଜୁଙ୍କ ପକ୍ଷରୁ ଏହା କୁହାଯାଇଥିଲା।

ବାସ୍ତବରେ, କିଛି ଦିନ ପୂର୍ବରୁ ବିଚାରପତି ନିଯୁକ୍ତିରେ କ୍ରମାଗତ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। କୋର୍ଟ କହିଛନ୍ତି ହାଇକୋର୍ଟରେ ବିଚାରପତିଙ୍କ ସ୍ଥାନାନ୍ତର ପାଇଁ ଆମର ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଯେତେବେଳେ ଆମେ ଅନୁଭବ କରୁ ଯେ କୌଣସି କାରଣରୁ ଜଣେ ଜଜ୍ ‘କ’ କୋର୍ଟ କିମ୍ବା ‘ଖ’ କୋର୍ଟରେ ରହିବା ଉଚିତ୍, ତେବେ ଆମେ କେବଳ ସୁପାରିଶ କରୁ । କିନ୍ତୁ ତାହା ପରେ ମଧ୍ୟ ଏହି ପ୍ରକ୍ରିୟା ଲଟକି ରହୁଛି । ଏହା ଏକ ଗମ୍ଭୀର ପ୍ରସଙ୍ଗ । ଆପଣ ଆମକୁ ଏକ ଗମ୍ଭୀର ନିଷ୍ପତ୍ତି ନେବାକୁ ବାଧ୍ୟ କରୁଛନ୍ତି ବୋଲି କୋର୍ଟ ପ୍ରକାଶ କରିଥିଲା ।

ତେବେ ଏହି ପ୍ରସଙ୍ଗରେ ଆମେ କୌଣସି ତୃତୀୟ ପକ୍ଷକୁ ନିଷ୍ପତି ଦେବାକୁ ଦେବୁ ନାହିଁ ବୋଲି ପ୍ରକାଶ କରିଛି । ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ କର ନାହିଁ ବୋଲି କୋର୍ଟ ଚେତାଇ ଦେଇଛି । ବର୍ତ୍ତମାନ କୋର୍ଟର ଅସନ୍ତୋଷ ପରେ ଶନିବାର ଦିନ ପାଞ୍ଚ ଜଣ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ଅନୁମୋଦନ କରିଛି, କିନ୍ତୁ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ବିବାଦ ଶେଷ ହେବାକୁ ନ ନେଉ ନାହିଁ । ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଏହି ଦେଶର ମାଲିକ ହେଉଛନ୍ତି ଜନସାଧାରଣ। ଆମ୍ଭେମାନେ ତାଙ୍କର ସେବକ। ଆମେ ସମସ୍ତେ ସେବା କରିବାକୁ ଏଠାରେ ବସିଛୁ ଏବଂ ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ । ଏହି ଦେଶ ସମ୍ବିଧାନ ଅନୁଯାୟୀ ଚାଲିବ, କେବଳ ଲୋକଙ୍କ ଇଚ୍ଛାକୁ ଧ୍ୟାନରେ ରଖାଯିବ । କେହି କାହାକୁ ଚେତାବନୀ ଦେଇ ପାରିବେ ନାହିଁ ।

ଏହି ଦେଶରେ ଅନେକ ପ୍ରସଙ୍ଗ ବିତର୍କ ହୋଇଛି, ଗଣତନ୍ତ୍ରରେ ସମସ୍ତଙ୍କର ନିଜର ମତ ପ୍ରକାଶ କରିବାର ଅଧିକାର ଅଛି । କିନ୍ତୁ ଦାୟିତ୍ବପୂର୍ଣ୍ଣ ପଦବୀରେ ବସିଥିବା ଲୋକମାନେ କହିବା ପୂର୍ବରୁ ଚିନ୍ତା କରିବା ଉଚିତ୍, ଦେଶ ଏଥିରୁ ଲାଭବାନ ହେଉଛି କି ନାହିଁ। ସୂଚନାମୁତାବକ ଶନିବାର ଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତି ନିଯୁକ୍ତ କରିଛନ୍ତି। ଅନୁମୋଦିତ ଏହି ପାଞ୍ଚଟି ନାମ ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି ପଙ୍କଜ ମିତଲ, ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି ସଞ୍ଜୟ କାରୋଲ, ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି ପି.ଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ମନୋଜ ମିଶ୍ରଙ୍କ ନାମ ଅନ୍ତର୍ଭୁକ୍ତ । ଏହା ସହ ବର୍ତ୍ତମାନ ସୁପ୍ରିମକୋର୍ଟରେ ୩୨ ଜଣ ବିଚାରପତି ଅଛନ୍ତି।

Get real time updates directly on you device, subscribe now.