fbpx

ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ସୁପ୍ରିମକୋର୍ଟଙ୍କ ରାୟ: ରାଜ୍ୟ ହାଇକୋର୍ଟ ପୋର୍ଟାଲରେ କରାଗଲା ଅପଲୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଭାଷା ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ଦେଶର ସର୍ବୋଚ୍ଚ ଅଦାଲତତୟଗ୍ଦ ରାୟ ଆସିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଘୋଷଣା କରିଥିଲେ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ହାଇକୋର୍ଟରେ ଆଞ୍ଚଳିକ ଭାଷାରେ ଶୁଣାଣି ଆସିଥିଲା । ଏହା ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ଓଡ଼ିଆ ଭାଷାରେ ଆସିଛି ।

ଓଡ଼ିଶା ହାଇକୋର୍ଟଙ୍କ ପୋର୍ଟାଲରେ ଓଡ଼ିଆ ଭାଷାରେ ରାୟ ଅପଲୋଡ୍ ହୋଇଛି । ରାଜ୍ୟରେ ରୁଜୁ ହୋଇଥିବା ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ଆଗକୁ ହାଇକୋର୍ଟଙ୍କ ରାୟ ମଧ୍ୟ ଓଡ଼ିଆ ଭାଷାରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ତେବେ ଏହି ବ୍ୟବସ୍ଥା ଲାଗୁ ହେବା ଫଳରେ ସାରା ଦେଶର ବିଚାର ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି । ଓଡ଼ିଶା ସରକାର ଓ ଅନ୍ୟମାନେ ବନାମ ମେସର୍ସ ପଣ୍ଡା ଇନଫ୍ରାପ୍ରୋଜେକ୍ଟ ଲିମିଟେଡ ମଧ୍ୟରେ ହୋଇଥିବା ମାମଲାର ରାୟ ଓଡ଼ିଆରେ ଆସିଛି ।

ସୁପ୍ରିମକୋର୍ଟଙ୍କ ରାୟର କପି ଆଞ୍ଚଳିକ ଭାଷାରେ ପ୍ରକାଶ ନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମିଟି ପକ୍ଷରୁ ‘ସୁଭାସ’ ନାମକ ଏକ ସଫ୍ଟୱେର ଜରିଆରେ ଅନୁବାଦ କରାଯାଉଛି । ରାଜ୍ୟରେ ହେଉଥିବା ବିଭିନ୍ନ ମାମଲାର ରାୟକୁ ସୁପ୍ରିମକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ପଠାଯାଉଛି । ଏନେଇ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ଓ ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଏକ ଅନୁବାଦ କମିଟି ଗଠନ କରାଯାଇଛି । ତେବେ ଏହା ମଧ୍ୟରେ ସୁପ୍ରିମକୋର୍ଟଙ୍କ ୧୬ଟି ଆଦେଶ କପିର ଅନୁବାଦ କରାଯାଇଛି ।

Get real time updates directly on you device, subscribe now.