fbpx

ଗରିବମାନେ ଜେଲରେ ରହିଯାଉଛନ୍ତି, ଆଉ ଧନୀମାନଙ୍କୁ ମିଳିଯାଉଛି ଜାମିନ୍: ନିରାଶ ହେଲେ ସୁପ୍ରିମକୋର୍ଟର ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲ ନ୍ୟାୟ ବ୍ୟବସ୍ଥାର ବର୍ତ୍ତମାନର ଅବସ୍ଥାକୁ ନେଇ ନିରାଶ ହୋଇଛନ୍ତି । ସେ କହିଛନ୍ତି ଯେ, ଅନେକ ଗରିବ ଜେଲଷର ଏଥିପାଇଁ ରହିଯାଉଛନ୍ତି, କାରଣ ସେମାନେ ଖର୍ଚ୍ଚ ବହନ କରିପାରନ୍ତି ନାହିଁ ।

କିନ୍ତୁ ଅନ୍ୟପଟେ ଓକିଲ ରଖୀବାକୁ ସକ୍ଷମ ଧନୀଲୋକମାନଙ୍କୁ ଜାମିନ ମିଳିଯାଉଛି । ଏହା ସହ ସେ ବର୍ଷ ବର୍ଷ ଧରି ଜେଲରେ ରହିଥିବା କଏଦୀଙ୍କ ପ୍ରସଙ୍ଗରେ ଦୃଢ଼ ଼ ଆଭିମୁଖ୍ୟ ଗ୍ରହଣ କରିଥିଲେ ।

ଅଣ୍ଡରଟ୍ରାୟଲ୍ ରିଭ୍ୟୁ କମିଟି ସ୍ୱତନ୍ତ୍ର ଅଭିଯାନ ୨୦୨୩ ର ଶୁଭାରମ୍ଭ ଅବସରରେ ଜଷ୍ଟିସ୍ କୌଲ୍ କହିଛନ୍ତି ଯେ, ଗରିବ ଏବଂ ଅଶିକ୍ଷିତଙ୍କୁ ଗିରଫ କରାଯିବାର ସମ୍ଭାବନା ଅଧିକ । ସେ କହିଛନ୍ତି, ‘ବିଚାରପତି ଭାବେ ଆମର ଦାୟିତ୍ୱ ହେଉଛି ଯେ ଆଇନର ପାଳନ ହେଉ ଏବଂ ସେମାନେ କେଉଁ ସ୍ତରର ଓକିଲ ସହାୟତା ନେଇଛନ୍ତି, ସେହି ଆଧାରରେ ସେମାନଙ୍କ ମଧ୍ୟରେ ଭେଦଭାବ ନକରାଯାଉ ।’

ଏହି ଅପରେସନର ଉଦ୍ଦେଶ୍ୟ ହେଉଛି ସେହି ବନ୍ଦୀମାନଙ୍କୁ ଚିହ୍ନଟ କରିବା ଏବଂ ସମୀକ୍ଷା କରିବା, ଯେଉଁମାନଙ୍କର ମୁକ୍ତ ପାଇଁ ବିବେଚନା କରାଯାଇପାରେ । ସେ କହିଛନ୍ତି ଯେ, ବିଚାରଧୀନ କଏଦୀମାନଙ୍କୁ ଦୀର୍ଘ ଦିନ ଧରି ବନ୍ଦୀ ରଖିବା ମାମଲା ଠିକ୍ ନୁହେଁ । ସେ କହିଛନ୍ତି ଯେ, ଏ ସମ୍ପର୍କରେ କେହି ଆଖି ବନ୍ଦ କରିପାରିବେ ନାହିଁ । ଜଷ୍ଟିସ କୌଲ କହିଛନ୍ତି ଯେ, ଗରିବ କଏଦୀମାନଙ୍କୁ ନିରନ୍ତର ବନ୍ଦୀ କରିବା ପ୍ରଭାବ ସେମାନଙ୍କ ଉପରେ ଏବଂ ସେମାନଙ୍କ ପରିବାର ଉପରେ ପଡ଼ିଥାଏ ।

ଜଷ୍ଟିସ୍ କୌଲ୍ କହିଛନ୍ତି ଯେ, ମୁକ୍ତ ବିଚାରର ସମୀକ୍ଷା ପାଇଁ ଯୋଗ୍ୟ କଏଦୀଙ୍କ ମାମଲା ନ୍ୟାୟପାଳିକା ସମ୍ମୁଖକୁ ଆସୁଛି । ଏହି ସମୟରେ ସେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନ୍ୟାୟ ବ୍ୟବସ୍ଥାକୁ ମଧ୍ୟ ନିବେଦନ କରିଥିଲେ ଏବଂ କହିଥିଲେ ଯେ ସେମାନେ ଆଇନଗତ ସହାୟତା ଖର୍ଚ୍ଚ ଦେଇ ପାରିବେ ନାହିଁ ।

Get real time updates directly on you device, subscribe now.