fbpx

ଘୃଣ୍ୟ ଭାଷଣ ଦେଉଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର, ତିନି ରାଜ୍ୟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘୃଣ୍ୟ ଭାଷଣ ଦେଉଥିବା ଲୋକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏନେଇ ଦେଶର ତିନୋଟି ରାଜ୍ୟ ବିରୋଧରେ ସୁପିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଘୃଣ୍ୟ ଭାଷଣ ଦେଉଥିବା ଦୋଷୀଙ୍କ ବିରୋଧରେ ଅଭିଯୋଗ ଦାୟର କରିବା ପର୍ଯ୍ୟନ୍ତ ଅପେକ୍ଷା କରାନଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ସୁପିମକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏଥିସହିତ କୋର୍ଟ ଚେତାବନୀ ଦେଇଛନ୍ତି ଯେ, ପ୍ରଶାସନ ପକ୍ଷରୁ ଯଦି କୌଣସି ବିଳମ୍ବ ହୁଏ, ତେବେ ତାହାକୁ ଅଦାଲତ ଅବମାନତା ବୋଲି ଧରାଯିବ । ଭାରତର ସମ୍ବିଧାନ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏହା ବନ୍ଧୁତ୍ୱ ସମ୍ମାନ ସହିତ ଭାଇଚାରାର ପରିକଳ୍ପନା କରିଥାଏ । ରାଷ୍ଟ୍ରର ଏକତା ଓ ଅଖଣ୍ଡତା ବଜାୟ ରଖିବା ନେଇ ଭାରତୀୟ ସମ୍ବିଧାନରେ ନିୟମ ରହିଛି ।

ଯେ ପର୍ଯ୍ୟନ୍ତ ଅଲଗା ଅଲଗା ଧର୍ମର ଲୋକମାନେ ସଦଭାବନା ନେଇ ଏକତ୍ର ନ ରହିବେ, ସେ ପର୍ଯ୍ୟନ୍ତ ବନ୍ଧୁତ୍ୱ ସ୍ଥାପନ ହୋଇ ପାରିବ ନାହିଁ । ଘୃଣ୍ୟ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ଧର୍ମକୁ ନଜର ନଦେଇ କାର୍ଯ୍ୟାନୁଷ୍ଠାନ କରାଯିବା ଦରକାର । ଏହାଦ୍ୱାରା ଦେଶର ଧର୍ମନିରପେକ୍ଷ ଚରିତ୍ରକୁ ବଜାୟ ରଖାଯାଇ ପାରିବ । ଖରାପ ଭାଷଣ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ତିନୋଟି ରାଜ୍ୟ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.