fbpx

ମନ୍ଦିର ଖୋଲିବାକୁ ମନା କରିବା ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

ନୂଆଦିଲ୍ଲୀ, ୨୧ା୮: ଦେଶରେ ଦିନକୁ ଦିନ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରରେ ଜୈନ ମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । କରୋନା ପରିଚାଳନା ଓ ମନ୍ଦିର ଉପରେ କଟକଣା ନେଇ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କୁ ମନ୍ଦିର ଖୋଲିବାକୁ ମନା କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଆର୍ଥିକ କାରବାର ପାଇଁ ମଲ୍ ଖୋଲିବାକୁ ଅନୁମତି ଦିଆଯାଉଛି । କିନ୍ତୁ ମାତ୍ର ମନ୍ଦିର ଖୋଲିବା ବେଳେ କରୋନା ବୋଲି କାରଣ ଦର୍ଶାଯାଉଛି ।

ଜୈନ ସମ୍ପ୍ରଦାୟର ପ୍ୟାରୀଶନ ପର୍ବ ଅବସରରେ ମହାରାଷ୍ଟ୍ର ସରକାରଙ୍କ ମନ୍ଦିର ଖୋଲିବାକୁ ଅନୁମତି ନ ଦେବାରୁ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା ।

Get real time updates directly on you device, subscribe now.