fbpx

ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିବେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ ନିର୍ବାଚନ ଶାସକ ଦଳର ଆସନ ହାତେଇବାର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଥିଲା । ଆଉ ଧାମନଗରେ ବିଜେପିର ସୂର୍ଯ୍ୟ ଉଦୟ ହୋଇଥିଲା । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ସୁପୁତ୍ର ସୂରଜ ସୂର୍ଯ୍ୟ ବଂଶୀ ଧାମନଗର ଉପନିର୍ବାଚନରେ ବିଜେପି ପକ୍ଷରୁ ଲଢ଼ିଲେ । ଆଉ ଜିତିଲେ ମଧ୍ୟ ।

ତେବେ ଆଜି ବିଧାନସଭାରେ ନବନିର୍ବାଚିତ ବିଧାୟକ ଭାବେ ଶପଥ ଗ୍ରହଣ କରିବେ ସୂର୍ଯ୍ୟ ବଂଶୀ ସୂରଜ । ଏହା ସହିତ ବାପାଙ୍କ ଅଧୁରା ସ୍ୱପ୍ନକୁ ମଧ୍ୟ ପୂରା କରିବେ । ସୂଚନାମୁତାବକ ବିଧାନସଭାରେ ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟ ବଂଶୀ ।

ପୂର୍ବରୁ ବିଧାନସଭା ଅଧିବେଶନ ସମୟରେ ଯେଉଁଭଳି ବିଷ୍ଣୁ ସେଠୀଙ୍କ ଶାଣିତ ସ୍ୱର ଶୁଣିବାକୁ ମିଳୁଥିଲା,କବିତାର ଢ଼ଙ୍ଗରେ ଯେଉଁଭଳି ଜନତା ମାନଙ୍କର ଅଭିଯୋଗ ଆଉ ଅଭାବ ଶୁଣିବାକୁ ମିଳୁଥିଲା ତାହା ଆଉ ଶୁଣିବାକୁ ମିଳିବ ନାହିଁ ସତ କିନ୍ତୁ ଯେଉଁ ଆଶାରେ ଧାମନଗରବାସୀ ତାଙ୍କର ନେତା ବାଛିଛନ୍ତି ତାହା ନିଶ୍ଚୟ ପୂର୍ଣ୍ଣ କରିବାକୁ ସୂରଜ ଉଦ୍ୟମ କରିବେ । ଧାମନଗରବାସୀଙ୍କ ଅସୁବିଧାକୁ ସରକାରଙ୍କ ପାଖରେ ପହଞ୍ଚାଇବାରେ ସୂରଜ ସଫଳ ହେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.