fbpx

ଶିବରାତ୍ରୀ ପୂର୍ବରୁ ସାବଧାନ ରୁହନ୍ତୁ ଏହିସବୁ ରାଶିର ବ୍ୟକ୍ତି; ସୂର୍ଯ୍ୟ- ଶନିଙ୍କ ସଂଯୋଗ ଜୀବନରେ କରିବ ତାଣ୍ଡବ,ଜାଣନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ସେମାନଙ୍କ ସମୟ ଓ ଅନୁସାରେ ନିଜ ରାଶି ଓ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ତାର ପ୍ରଭାବ ପକାଇଥାଏ । ତେବେ ଶାସ୍ତ୍ର ମତରେ ଗ୍ରହରାଜ ସୂର୍ଯ୍ୟ ପ୍ରତ୍ୟେକ ମାସ ରାଶି ପରିବର୍ତ୍ତନ କରଥାନ୍ତି । ବର୍ତ୍ତମାନ ସେ ମକର ରାଶିରେ ବିରାଜମାନ ଥିବା ବେଳେ ଫେବୃଆରୀ ୧୩ ତାରିଖ ଅର୍ଥାତ୍ ଶିବରାତ୍ରୀ ପୂର୍ବରୁ କୁମ୍ଭ ରାଶିରେ ପ୍ରବେଶ କରିବେ । ତେବେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶନିଙ୍କ ସହ ସଂଯୋଗ ସୃଷ୍ଟି କରିବ । ଯାହାଫଳରେ ଏହା ସମସ୍ତ ୧୨ଟି ରାଶି ଉପରେ ତାର ପ୍ରଭାବ ପକାଇବ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତି ଜୀବନରେ ଅନେକ ସଫଳତା ହାସଲ କରିବା ବେଳେ କିଛି ରାଶିର ବ୍ୟକ୍ତିମାନେ ବିଭିନ୍ନ ସମସ୍ୟା ଦେଇ ଗତି କରିବେ । ତେବେ ସୂର୍ଯ୍ୟ ଏବଂ ଶନିଙ୍କ ଏହି ସଂଯୋଗ ଖାସ କରି ୫ ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଫଳରେ ସେମାନେ ଏହି ସମୟ ମଧ୍ୟରେ ଅନେକ ସମସ୍ୟା ଦେଇ ଗତି କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୫ ଗାଶିମାନଙ୍କ ବିଷୟରେ….

କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ରାଶିରେ ସୂର୍ଯ୍ୟଙ୍କ ଗୋଚର ଏହି ରାଶିର ବ୍ୟକ୍ତିମାନଙ୍କୁ ଜୀବନରେ ଅନେକ କଷ୍ଟ ପ୍ରଦାନ କରିବ । ଫଳରେ ଧନହାନୀ ହେବା ସହ ଅନେକ ସମସ୍ୟା ଦେଇ ଗତି କରିବେ । ଏଥିସହିତ ଏହି ସମୟମ ମଧ୍ୟରେ କୌଣସି ବି ସ୍ଥାନରେ ପୁଞ୍ଜି ନିବେସ ମହଙ୍ଗା ପଡିବ । ଏତତ୍ ବ୍ୟତୀତ ସ୍ୱାସ୍ଥ୍ୟ ସମ୍ବଧିୟ ସମସ୍ୟା ମଧ୍ୟ ଦେଖା ଦେଇ ପାରେ । ତେଣୁ ଏହି ସମୟ ମଧ୍ୟରେ ସତର୍କ ରହିବା ଆବଶ୍ୟକ ।

ସିଂହ: ଶାସ୍ତ୍ର ମତରେ ସୂର୍ଯ୍ୟ-ଶନିଙ୍କ ସଂଯୋଗ ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ । ଫଳରେ ପାରିବାରକ ଏବଂ ଦାମ୍ପତ୍ୟ ଜୀବନ ପ୍ରଭାବିତ ହେବ । ଘରେ ଅଶାନ୍ତି ଲାଗି ରହିବା ସହ ପୁରୁଣାଋଣ ସୁଢିବାକୁ ପଡିପାରେ । ଏତତ୍ ବ୍ୟତୀତମାନଧାନୀ ଏବଂ ପ୍ରାଣପିଡାର ମଧ୍ୟ ଯୋଗ ରହିଛି । ତେଣୁ ଏହି ସମୟ ମଧ୍ୟରେ ଖୁବ ଜଗିରଖି ଚଳିବାକୁ ହେବ ।

କନ୍ୟା: ସୂର୍ଯ୍ୟ-ଶନିଙ୍କ ସଂଯୋଗ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ଅର୍ଥିକ ଏଭଂ ମାନସିକ ସମସ୍ତରରରେ ବିଚଳିତ କରିପାରେ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟା ଦେଇ ଗତି କରିବେ । ଏଥିସହିତ ପୁରୁଣା ଶତ୍ରୁ ମଧ୍ୟ ବଢିବାର ସମ୍ଭାବନା ରହିଛି । ସେହିପରି ବୈବୋହିକ ଏବଂ ଲଭ ଲାଇଫରେ ମଧ୍ୟ ସମସୟା ଦେଖା ଦେଓଇପାରେ । ତେଣୁ ଏହି ସମୟ ମଧ୍ୟରେ କନ୍ୟା ରାଶିର ବ୍ୟକ୍ତିମାନେ ସତର୍କ ହୋଇ ରହିବା ଆବଶ୍ୟକ ।

ବିଚ୍ଛା: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଅନେକ ସମସ୍ୟା ସୃଷ୍ଟି କରିବ । ଯାହାଫଳରେ ପରିବାରରେ ଅଶାନ୍ତି ଲାଗି ରହିବା ସହ ମାନସିକ ଦୁଃଚିନ୍ତା ମଧ୍ୟ ବୃଦ୍ଧି ପାଇବ । ସେହିପରି କ୍ୟାରିୟରରେ ମଧ୍ୟ ସମସ୍ୟା ଦେଖାଦେବ ଏବଂ ଧନହାନୀର ମଧ୍ୟ ଯୋଗ ରହିଛି । ତେଣୁ ଏହି ସମୟ ମଧ୍ୟରେ ବିଚ୍ଛାରାଶିର ବ୍ୟକ୍ତି ସତର୍କ ରହିବା ଆବଶ୍ୟକ

କୁମ୍ଭ: ଜ୍ୟୋତିଷ ଶାସ୍ତ୍ର ମତରେ ସୂର୍ଯ୍ୟ ଫେବୃଆରୀ ୧୩ ତାରିଖ କୁମ୍ଭ ରାଶିରେର ପ୍ରବେଶ କରିବେ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାର ଯୋଗ ରହିଛି । ତେଣୁ ଏହ ସମୟ ମଧ୍ୟରେ ଜଗି ରଖି ଚଳିବା ଆବଶ୍ୟକ ।

 

Get real time updates directly on you device, subscribe now.