fbpx

Surya Kiran Show Live ଦେଖନ୍ତୁ: ଓଡ଼ିଶାରେ ବାୟୁବୀରଙ୍କ ବୀରତ୍ୱ ପ୍ରଦର୍ଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରସ୍ଥିତ କୂଆଖିଆ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ଏୟାର ଶୋ’ ‘ସୂର୍ଯ୍ୟ କିରଣ’ ଆରମ୍ଭ ହୋଇଛି । ଏହି ଶୋ’ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ୧୧ଟି ହକ୍ ବିମାନ ହୋଇଛନ୍ତି । ବିମାନଗୁଡ଼ିକ ୫ ଶହରୁ ୧ ହଜାର ଫୁଟ ଉଚ୍ଚତାରେ ରହି ନିଜର କଳାକୌଶଳ ପ୍ରଦର୍ଶନ କରୁଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି ।

ଗତକାଲି ‘ସୂର୍ଯ୍ୟ କିରଣ’ ଶୋ’ ପାଇଁ ରିହର୍ସାଲ କରାଯାଇଥିଲା । ତେବେ ଆଜି ଏହି ଶୋ’କୁ ଦେଖିବାକୁ ବହୁ ଜନସମାଗମ ହୋଇଛି । ଏହି ଶୋ’ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଓଡ୍ରାଫ୍ ଟିମକୁ ସଜାଗ ରଖାଯାଇଛି । ଗ୍ରୁପ୍ କ୍ୟାପଟେନ ଜି.ଏସ ଝେଲନଙ୍କ ନେତୃତ୍ୱରେ ବାୟୁବୀରମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରୁଛନ୍ତି । ଘଣ୍ଟାକୁ ୧୬୦୦ କିମି ବେଗରେ ବାୟୁସେନାର ଏରୋବିକ୍ ଟିମ୍ କୌଶଳ ଦେଖାଉଛନ୍ତି ।

ଜନସାଧାରଣ ଏହି ଶୋ’କୁ ଯେଭଳି ଆନନ୍ଦରେ ଉପଭୋଗ କରିପାରିବେ ସେଥିପାଇଁ ଗାଡ଼ି ପାର୍କିଂ, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୮ରେ ପୁରୀର ରାଜଭବନ ଉପରେ ବାୟୁବୀରମାନେ ନିଜର ପରାକ୍ରମ ଦେଖାଇବେ । ସେହିପରି ଓଡ଼ିଶା ବ୍ୟତୀତ ଗୌହାଟୀରେ ଆସନ୍ତା ୨୬ ଓ ୨୭ରେ, ଚଣ୍ଡିଗଡ଼ରେ ଅକ୍ଟୋବର ୮ରେ ଓ ବରେଲୀରେ ଅକ୍ଟୋବର ୧୪ରେ ଏହି ଶୋ’ ପ୍ରଦର୍ଶିତ ହେବ ।

Get real time updates directly on you device, subscribe now.