fbpx

ରିଲିଜ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ ଦିଲ ବେଚାରା’ର ଟ୍ରେଲର ଆଜି ସୋସିଆଲ ମିଡିଆରେ ରିଲିଜ ହୋଇସାରିଛି । ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ନଜର ଆସିଛନ୍ତି ସଞ୍ଜନା ସାଙ୍ଘୀ । ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ସଞ୍ଜନା ହିଁ ତାଙ୍କ ସହ ଅଧିକ ସମୟ ବିତାଇଥିବା କୁହାଯାଉଛି ।

ତେବେ ସୁଶାନ୍ତଙ୍କ ଶେଷ ସିନେମାର ଟ୍ରେଲର ଦେଖିବାକୁ ବହୁ ଦର୍ଶକ କେବେଠାରୁ ଅପେକ୍ଷା କରି ବସିଥିଲେ । ୟୁଟ୍ୟୁବରେ ରିଲିଜ ହେବା ମାନେ ତାହା ହଇଚ୍ଚଇ ସୃଷ୍ଟି କରିଛି । ମାତ୍ର କିଛି ମିନିଟ ପୂର୍ବରୁ ରିଲିଜ ହୋଇଥିବା ସୁଶାନ୍ତ ଫିଲ୍ମର ଟ୍ରେଲରକୁ ୧ ଲକ୍ଷରୁ ଅଧିକ ଲୋକ ଦେଖାସାରିଲେଣି । ଏବେ କେବଳ ତାଙ୍କ ସମ୍ପୂର୍ଣ୍ଣ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛନ୍ତି ଦର୍ଶକ ।

Get real time updates directly on you device, subscribe now.