fbpx

ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି: ବଡ଼ ଖୁଲାସା କଲେ ଅମିର ଖାନଙ୍କ ଭାଇ

ନୂଆଦିଲ୍ଲୀ: ଗତ ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ହୋଇଥିଲା । ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସେ ସମୟରେ ସାରା ଭାରତବର୍ଷରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ନିଜ କ୍ୟାରିୟରର ସମସ୍ୟାକୁ ନେଇ ମାନସିକ ଅବସାଦ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା ।

ତେବେ ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କର ପରିବାର ବର୍ଗ ବିହାରରେ ଏଫଆଇଆର ଦାୟର କରିଥିଲେ । ପରେ ଏହି ମାମଲା ମୁମ୍ବାଇକୁ ଚାଲିଯାଇଥିଲା । ବର୍ତ୍ତମାନ ଉକ୍ତ କେସର ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ତେବେ ନିକଟରେ ବଲିଉଡ ଅଭିନେତା ଆମିର ଖାନଙ୍କ ଭାଇ ଫୈଜଲ ଖାନ ଏକ ବଡ଼ ଖୁଲାସା କରିଛନ୍ତି ।

ଫୈଜଲ କହିଛନ୍ତି, ମୁଁ ଜାଣିଛି ସୁଶାନ୍ତଙ୍କୁ ହତ୍ୟା କରାଯାଇଛି । ଏହି କେସ ଉପରୁ କେବେ ପରଦା ହଟିବ ତାହା ସମୟ କହିବ । ଏହି କେସକୁ ସିବିଆଇ, ଇଡି ଓ ଏନସିବି ଯାଞ୍ଚ କରୁଛନ୍ତି । ଅନେକ ସମୟରେ କିଛି କେସର ସତ୍ୟତା ବାହାରକୁ ଆସେ ନାହିଁ । ଏହି କେସର ପ୍ରକୃତ ସତ୍ୟ କ’ଣ ତାହା ପଦାକୁ ଆସୁ ମୁଁ ଏହା ପ୍ରାର୍ଥନା କରୁଛି । ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ କିଛି ରାଜନେତା ଓ ବଲିଉଡ ସହ ଜଡ଼ିତ ବ୍ୟକ୍ତିବିଶେଷ ପରୋକ୍ଷରେ ନିଜ ନିଜର ଟିପ୍ପଣୀ ଦେଇ ସାରିଛନ୍ତି ।

Get real time updates directly on you device, subscribe now.