fbpx

ଲେଟ୍ ପାଇଁ ମୋ ଉପରେ ସେଦିନ ରାଗିଥିଲେ ସୁଶାନ୍ତ, ଅଙ୍କିତା ଲୋଖଣ୍ଡେ ମନେପକାଇଲେ ସୁଶାନ୍ତଙ୍କ ସହ ତାଙ୍କ ପ୍ରଥମ ଦେଖା

ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ ପବିତ୍ର ରିସ୍ତା ପୁଣିଥରେ ଆରମ୍ଭ ହୋଇଯାଇଛି । ପବିତ୍ର ରିସ୍ତାରେ ପ୍ରଥମ ଶୋରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ନଜର ଆସିଥିଲେ । ଆଉ ଦର୍ଶକ ମଧ୍ୟ ଦୁହିଁଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ । ଆଉ ଏଥିରେ କାମ କରିବା ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ହେଲେ ସୁଶାନ୍ତ ପରଲୋକ ପରେ ପବିତ୍ର ରିସ୍ତା-୨ ରେ ଅଙ୍କିତାଙ୍କ ସହିତ ଏବେ ଶାହୀର ଶେଖର ଅଭିନୟ କରୁଛନ୍ତି । ତେବେ ଅଙ୍କିତା ଲୋଖଣ୍ଡେ ଏହି ଶୋ ସମ୍ପର୍କରେ ଗଣମାଧ୍ୟମରେ କହୁଥିବା ସମୟରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି । ସେ ସୁଶାନ୍ତଙ୍କ ସହିତ ପ୍ରଥମ ଭେଟ୍ ସମ୍ପର୍କରେ କହିଛନ୍ତି ।

ସେ କହିଛନ୍ତି ଯେ, ଯେବେ ସେ ପ୍ରଥମ ଥର ସୁଶାନ୍ତଙ୍କୁ ପବିତ୍ର ରିସ୍ତା ସେଟ୍ ଉପରେ ଭେଟିଥିଲେ । ତାଙ୍କ ପ୍ରଥମ ଦେଖା ଏତେ ଭଲ ନଥିଲା । ସେ ଲେଟ୍ ରେ ଆସିଥିବାରୁ ସୁଶାନ୍ତ ଖୁବ୍ ରାଗି ଯାଇଥିଲେ । ଅଙ୍କିତା କହିଛନ୍ତି ଯେ, ତାଙ୍କ ପ୍ରୋମୋ ଶୁଟ୍ ଥିଲା ଓ ସୁଶାନ୍ତ ତାଙ୍କୁ ନେବାକୁ ଆସିଥିଲେ । ଅଙ୍କିତା ରେଡି ହେବାକୁ ଖୁବ୍ ସମୟ ଲଗାଇଥିଲେ ଯେଉଁଥିପାଇଁ ସୁଶାନ୍ତଙ୍କୁ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା । ଏଥିପାଇଁ ସୁଶାନ୍ତ ଖୁବ୍ ରାଗି ଯାଇଥିଲେ ।

ଅଙ୍କିତା ଆହୁରି କହିଛନ୍ତି ଯେ ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମୁଁ ଓ ମାଆ ଆସି କାର୍ ର ପଛ ସିଟ୍ ରେ ବସିଲୁ ଓ ମୁଁ ଶୋଇଗଲି । ସୁଶାନ୍ତଙ୍କୁ ମୋ ଆଟିଟ୍ୟୁଡ୍ ପସନ୍ଦ ଆସିଲାନି ଓ ସେ ଖୁବ୍ ଜୋରରେ ରାଗିଗଲେ । ଆଉ ଗାଡ଼ିକୁ ଡ୍ରାଇଭର୍ ଠାରୁ ନେଇ ନିଜେ ଚଲାଇଲେ । ସେ ଏକଦମ୍ ରେସିଂ ଗାଡ଼ି ଚଲାଇବା ପରି ଚଲାଇବାକୁ ଲାଗିଲେ । ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କିଛି ବୁଝିପାରୁ ନଥିଲି । ମୋ ମାଆ ମୋତେ କହିଥିଲେ ସୁଶାନ୍ତ ତୁମ ଆଚରଣ ରେ ଖୁବ୍ ରାଗିଯାଇଛନ୍ତି । ତେଣୁ ଏପରି କରୁଛନ୍ତି ।

Get real time updates directly on you device, subscribe now.