fbpx

ଭୂତ ଚଲାଉଛି ସୁଶାନ୍ତଙ୍କ ଫେସବୁକ ଆକାଉଣ୍ଟ, ମୃତ୍ୟୁକୁ ୧୪ ମାସ ପୁରିବା ପରେ ବି ଆକ୍ଟିଭ ଅଛି ସୋସିଆଲ ମିଡିଆ ହ୍ୟାଣ୍ଡେଲ

ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୪ ମାସ ପୁରାଣ ହୋଇଗଲାଣି । ହେଲେ ଏବେ ସୁଦ୍ଧା ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ତାଙ୍କ ଫ୍ୟାନ୍ସ ମାନେ ଆଜି ପର୍ୟ୍ୟନ୍ତ ତାଙ୍କୁ ଭୁଲି ପାରିନାହାନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫଟୋ କି ଭିଡିଓ ଦେଖିଲେ ଭାବୁକ ହୋଇ ଯାଆନ୍ତି ତାଙ୍କ ପ୍ରଶଂସକ । ତେବେ ମୃତ୍ୟୁକୁ ବର୍ଷେରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଆକ୍ଟିଭ ରହିଛି ତାଙ୍କ ଫେସବୁକ୍‌ ଆକାଉଣ୍ଟ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୁଶାନ୍ତଙ୍କ ଫେସବୁକ୍‌ ଆକାଉଣ୍ଟ ଆକ୍ଟିଭ୍‌ ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ମାନେ ଚକିତ ହୋଇଯାଇଛନ୍ତି ।

ସୁଶାନ୍ତଙ୍କ ଫେସବୁକ୍‌ ଆକାଉଣ୍ଟ ଅଚାନକ ଆକ୍ଟିଭ୍‌ ହୋଇଥିଲା। ଏଥିସହିତ ସୁଶାନ୍ତଙ୍କ ଫେସବୁକ୍‌ ପ୍ରୋଫାଇଲ ଫଟୋ ମଧ୍ୟ ବଦଳିଥିଲା । ଫେସବୁକ ପ୍ରୋଫାଇଲ ଅପଡେଟ୍‌ ହେବା ପରେ ଫ୍ୟାନ୍ସ ପୁଣିଥରେ ଇମୋସନାଲ ହୋଇଥିବାର ଦେଖିବାକୁ ମିଳିଛି। ଫ୍ୟାନ୍ସ ମାନେ ଅଭିନେତାଙ୍କୁ ବିଭିନ୍ନ ମେସେଜ ଏବଂ ଭିଡିଓ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୁଶାନ୍ତଙ୍କ ଫେସବୁକ୍‌ ପେଜ କିଭଳି ଆକ୍ଟଭି ହେଲା ଓ କିଏ କଲା ବୋଲି ଫ୍ୟାନ୍ସ ମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ଅଫିସିଆଲ ପେଜ କିଏ କଣ୍ଟ୍ରୋଲ କରୁଛି । ମିସ୍‌ ୟୁ ସୁଶାନ୍ତ ।

Get real time updates directly on you device, subscribe now.