fbpx

ସୁଶୀଲ କୁମାରଙ୍କୁ ମିଳିପାରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ସଜା: ଦିଲ୍ଲୀ ହାଇକୋର୍ଟ ଓକିଲ

ନୂଆଦିଲ୍ଲୀ : ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମେ ୪ ତାରିଖ ରାତିରେ ପହିଲମାନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ଏବେ ନିଜ ଭୁଲ ବୁଝି ପାରୁଛନ୍ତି । ଜେଲ ଚାରି କାନ୍ଥ ଭିତରକୁ ଯିବା ପରେ ସେ ଭାଙ୍ଗି ପଡିଛନ୍ତି । ଭୋ ଭୋ ହୋଇ କାନ୍ଦୁଥିବା କାରଗାର ଭିତରେ ତାଙ୍କୁ ଦେଖିବାକୁ ମିଳିଛି । ସୁଶୀଲଙ୍କ ବିରୋଧରେ ଅପହରଣ, ହତ୍ୟା ଓ ଅପରାଧିକ ଷଡଯନ୍ତ୍ର ରଚିବା ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଏହି ସଙ୍ଗୀନ ଅପରାଧ ପାଇଁ ସୁଶୀଲଙ୍କୁ ଆଜୀବନ କିମ୍ବା ଫାଶୀ ଦଣ୍ଡ ମିଳିପାରେ ।

ଦିଲ୍ଲୀ ହାଇକୋର୍ଟର ଓକିଲ ପ୍ରଶାନ୍ତ ମନଚନ୍ଦା କହିଛନ୍ତି, ସୁଶୀଲ କୁମାରଙ୍କ ଉପରେ ବହୁ ସଙ୍ଗୀନ ଆରୋପ ଲାଗିଛି । ଏହି ସବୁ ଅଭିଯୋଗ ପ୍ରମାଣିତ ହେଲେ ସୁଶୀଲଙ୍କୁ ଅତି କମରେ ଆଜୀବନ କାରାଦଣ୍ଡ ଏବଂ ସର୍ବାଧିକ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇପାରେ । ଏହା ବ୍ୟତୀତ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇପାରେ । ତିନି ଅଭିଯୋଗ ଉପରେ ଅଲଗା ଅଲଗା ଦଣ୍ଡାଦେଶ ଶୁଣାଯାଇପାରେ । କିନ୍ତୁ ଏହି ତିନି ଅପରାଧରେ ସୁଶୀଲଙ୍କୁ ଏକ ସଙ୍ଗେ ସଜା ମିଳିପାରେ ।

କାରାଗାରର ଚଟାଣରେ ବସି ସୁଶୀଲ କୁମାର ନିଜ କୁକର୍ମର ପଶ୍ଚାତାପ କରୁଥିବା ତାଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ସେ ଲକଅପରେ ହିଁ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଯେବେ କାରାଗାରରୁ ତାଙ୍କୁ ବାହାରକୁ ଅଣାଗଲା, ସେ ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ନିଜ ଦୋଷ ସ୍ୱୀକାର କରିଛନ୍ତି ।

ମୁଁ କେବଳ ସାଗରକୁ ଡରାଇବାକୁ ଚାହୁଁଥିଲି । ସାଗର ଓ ତା ସାଙ୍ଗକୁ ଆମେ ମାଡ ମାରିଥିଲୁ ଏବଂ ଏହାର ଭିଡିଓ ପ୍ରସ୍ତୁତ କରିଥିଲୁ ବୋଲି ସେ କ୍ରାଇମ ବ୍ରାଂଚ ଅଧିକାରୀଙ୍କ ସାମ୍ନାରେ କହିଛନ୍ତି । କ୍ରାଇମ ବ୍ରାଂଚ ହେପାଜତରେ ସେ ପୂରା ରାତି ଉଜାଗର ରହିଥିଲେ । ଏପରିକି ସେ ଭୋଜନ କରିବାକୁ ମନା କରି ଦେଇଥିଲେ । ସୁଶୀଲ କେବଳ କାନ୍ଦୁଥିବା ଅଧିକାରୀ କହିଛନ୍ତି । କିନ୍ତୁ ଅନ୍ୟ ଅଭିଯୁକ୍ତ ଅଜୟ ଶାନ୍ତ ହୋଇ ବସିଥିଲା । କିନ୍ତୁ ସେ ଭୋଜନ କରିନଥିବା ଜନୈକ ଅଧିକାରୀ କହିଛନ୍ତି ।

 

Get real time updates directly on you device, subscribe now.