fbpx

ସାଗର ହତ୍ୟାକାଣ୍ଡ: ସୁଶୀଲ କୁମାରଙ୍କୁ ଚାକିରିରୁ ସସପେଣ୍ଡ କଲା ରେଲୱେ

ନୂଆଦିଲ୍ଲୀ : ୨୦ ଦିନର ଲୁଚକାଳି ଖେଳ ପରେ ଦିଲ୍ଲୀ ପୋଲିସର ପଞ୍ଝାକୁ ଆସିବା ପରେ ପହିଲମା ସୁଶୀଲ କୁମାରଙ୍କ ମୁସ୍କିଲ ବଢିବାରେ ଲାଗିଛି । ଏବେ ସୁଶୀଲଙ୍କୁ ଉତର ରେଲୱେ ଚାକିରିରୁ ନିଲମ୍ବନ କରିଛି । ଉତର ରେଲୱେର ମୁଖପାତ୍ର ଦୀପକ କୁମାର ମଙ୍ଗଳବାର ସୁଶୀଲଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁଶୀଲଙ୍କ ବିରୋଧରେ ଅପରାଧର ତଦନ୍ତ ଚାଲିଛି ।

ସୁୁଶୀଲ କୁମାର ଉତର ରେଲୱେରେ ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଥିଲେ । ସେ ୨୦୧୫ରୁ ଦିଲ୍ଲୀ ସରକାରଙ୍କ ଦ୍ୱାରା କ୍ରୀଡାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ଦିଲ୍ଲୀ ସରକାରର ଅଧିକାରୀ କହିଛନ୍ତି, ୨୦୨୦ରେ ସୁଶୀଲ କୁମାରଙ୍କ ପ୍ରତିନିଯୁକ୍ତିର ଅବଧିକୁ ବଢାଯାଇଥିଲା । ସେ ୨୦୨୧ରେ ମଧ୍ୟ ଚାକିରି ଅବଧିକୁ ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ । କିନ୍ତୁ ଏବେ ଦିଲ୍ଲୀ ସରକାର ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

୨୩ ବର୍ଷୀୟ ଉଦୀୟମାନ କୁସ୍ତିଯୋଦ୍ଧା ସାଗର ଧନଖରଙ୍କ ହତ୍ୟା ଅଭିଯୋଗରେ ସୁଶୀଲ କୁମାର ଜେଲ୍ ଯାଇଛନ୍ତି । ତାଙ୍କୁ ୬ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରା ଉଚୁରା କରୁଛି । ସୁଶୀଲଙ୍କ ଏହି କାର୍ଯ୍ୟ ଯୋଗୁଁ ସମଗ୍ର ଦେଶରେ ତାଙ୍କ ପ୍ରତି ଥିବା ସମ୍ମାନ ହାନି ହେବାରେ ଲାଗିଛି । ବର୍ତ୍ତମାନ ତାଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ସମସ୍ତେ ଦାବି କରୁଛନ୍ତି । ଏହି ସମୟରେ ସମସ୍ତ ସମ୍ମାନ ସେମାନଙ୍କଠାରୁ ପ୍ରତ୍ୟାହାର କରାଯିବାକୁ ମଧ୍ୟ ଦାବି କରାଯାଉଛି ।

Get real time updates directly on you device, subscribe now.