fbpx

ସୁଶୀଲ କୁମାରଙ୍କୁ ବେଲ୍ ନା ଜେଲ୍‌, ୪ଟାରେ ରାୟ ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ ୧୮ ।୦୫: ରେସଲର ସାଗର ମର୍ଡର କେସରେ ଫେରାର ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ପକ୍ଷରୁ ହରିୟାଣା କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରାଯାଇଛି । ଏହା ଉପରେ ଅଦାଲତରେ ଅଭିଯୁକ୍ତ ଏବଂ ପୀଡିତଙ୍କ ପକ୍ଷରୁ ଶୁଣାଣି ପୂରା ହୋଇ ସାରିଛି । ଏବେ ଦେଖିବା ବାକି ରହିଲା ଯେ, ସୁଶୀଲ କୁମାରଙ୍କୁ ବେଲ୍ ମିଳିବ ନା ଜେଲ୍‌ ହେବ । କୋର୍ଟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ।

ଦିଲ୍ଲୀ ପୋଲିସ ପକ୍ଷରୁ ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରାଣାଙ୍କ ହତ୍ୟା ମାମଲାରେ ସୁଶୀଲ କୁମାର ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନ ଜାରି କରାଯାଇଛି । ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ହାଜର ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟକୁ ଜଣାଇଛନ୍ତି ଯେ, ସୁଶୀଲ କୁମାରଙ୍କ ପାସପୋର୍ଟ ଜବତ କରାଯାଇ ନାହିଁ । ତାଙ୍କ ପାସପୋର୍ଟ ଏଥିପାଇଁ ରଖାଯାଇଥିଲା, କାରଣ ସୁଶୀଲ କୁମାର ବିଦେଶ ପଳାୟନ କରିବାର ଆଶଙ୍କା ଥିଲା।

ହତ୍ୟା ଘଟଣା ପରଠୁ ସୁଶୀଲ କୁମାର ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ପୋଲିସ ଅନେକ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା । ଏପରିକି ତାଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ । ଥାନାରେ ହାଜର ହେବାକୁ ସମନ ମଧ୍ୟ ଜାରି କରାଯାଇଥିଲା ।

Get real time updates directly on you device, subscribe now.